ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ବ୍ରାହ୍ମଣୀରେ ବୁଡ଼ି ଜଣେ ମୃତ, ଜଣେ ଉଦ୍ଧାର…

ବରୀ,୨୭।୧(ଆପ୍ର): ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ବରୀ ବ୍ଲକ ତିନିମୁହାଣୀ ବ୍ରାହ୍ମଣୀ ନଦୀରେ ଅଭାବନୀୟ ଘଟଣା ଘଟିଛି । ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡି ଯାଇଥିଲେ ଦୁଇ ଯୁବକ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯାଜପୁର ମୁଖ୍ୟଚିକିତ୍ସାଳୟରେ ଭର୍ତି ହୋଇଥିବା ଜଣା ପଡିଛି । ଉଭୟ ଯୁବକଙ୍କ ବରୀ ପଞ୍ଚାୟତରେ ବୋଲି ଜଣା ପଡ଼ିଛି । ମୃତ ଯୁବକ ପ୍ରମୋଦ ସାହୁଙ୍କ ପୁଅ ରଜତ(୨୨) ବୋଲି ଜଣାପଡିଛି । ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ସୁକ ବେହେରାଙ୍କ ପୁଅ ମୁନା(୨୨) ବୋଲି ଜଣାପଡିଛି । ଏହି ସମୟରେ ଉପସ୍ଥିତ ଥିବା ନର୍ସ ଓ ଡାକ୍ତର ଚିକିତ୍ସାରେ ଅବହେଳା କରିଥିବା ନେଇ ତୀବ୍ର ଉତେଜନା ଦେଖା ଦେଇଥିଲା । ଖବର ପାଇ ଶହ ଶହ ଲୋକ ମେଡିକାଲରେ ପହଞ୍ଚିଥିଲେ । ଏହି ଖବର ପାଇ ବିଜେପି ନେତା ଉମେଶ ଜେନା ମଧ୍ୟ ମେଡିକାଲରେ ପହଂଚି ଥିଲେ । ଗୁରୁତର ଯୁବକଙ୍କୁ ଯାଜପୁର ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ତାଙ୍କ ସ୍ଥିତି ଉଦବେଗ ଜନକ ଥିବା ଜଣାଯାଇଛି ।