ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ଆପଣଙ୍କର ଏହି ୫ ବଦଭ୍ୟାସ ଯୋଗୁଁ ସ୍ପର୍ମ କାଉଣ୍ଟ ହୋଇପାରେ ଜିରୋ, ଜାଣନ୍ତୁ ଆଉ ରୁହନ୍ତୁ ସତର୍କ…

ନୂଆଦିଲ୍ଲୀ ୨୯/୫: ଗତ ୫-୬ ଦଶକ ହେବ କେମିକାଲଯୁକ୍ତ ଖାଦ୍ୟ ପଦାର୍ଥ ଏବଂ ପ୍ରତିକୂଳ ପରିବେଶ ଭଳି ଅନେକ କାରଣ ଯୋଗୁଁ ପୁରୁଷଙ୍କ ସ୍ପର୍ମ ସଂଖ୍ୟାରେ ଅନେକ ହ୍ରାସ ଦେଖିବାକୁ ମିଳୁଛି । ଏହି ସବୁ ବ୍ୟତୀତ ପୁରୁଷଙ୍କ ଅନେକ ବଦଭ୍ୟାସ ଯୋଗୁଁ ସ୍ପର୍ମ କ୍ୱାଲିଟି ଏବଂ କ୍ୱାଣ୍ଟିଣ୍ଟି ଉପରେ ପ୍ରଭାବ ପଡୁଛି । ଆଜି ଗର୍ଭଧାରଣ ସମ୍ବନ୍ଧିତ ଅନେକ ସମସ୍ୟା ସାମ୍ନାକୁ ଆସୁଛି ଯେଉଁଥିରୁ ଅଧା କେବଳ ପୁରୁଷଙ୍କ ଖରାପ ସ୍ପର୍ମ ଯୋଗୁଁ ନଜର ଆସୁଛି । ଯେତେବେଳେ ପୁରୁଷଙ୍କ ସ୍ପର୍ମ ସଂଖ୍ୟାରେ ହ୍ରାସ ହୁଏ ଏହାକୁ ଓଲିଗୋସ୍ପର୍ମିୟା(oligospermia) କୁହାଯାଏ । ଯଦି ସିମେନରୁ ସ୍ପର୍ମ ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇଯାଏ ତେବେ ଏହାକୁ ଏଜୁସ୍ପର୍ମିୟା(azoospermia) କୁହାଯାଏ । ଅଧିକାଂଶ ପୁରୁଷଙ୍କୁ ଆଜିକାଲି ଏହି ସମସ୍ୟା ଦେଇ ଗତି କରିବାକୁ ପଡୁଛି । ଜଣେ ବୟସ୍କ ପୁରୁଷରେ ଯଦି ପ୍ରତି ମିଲିଲିଟର ସିମେନରେ ୧.୫ କୋଟିରୁ କମ୍ ସ୍ପର୍ମ ସଂଖ୍ୟା ରୁହେ ତେବେ ଏହାକୁ ସ୍ପର୍ମର ଅଭାବ କୁହାଯାଏ । ଏଥିରୁ କମ୍ ସ୍ପର୍ମ ଗର୍ଭଧାରଣରେ ସହାୟକ ହୋଇପାରେନି ।

ଡାଇବେଟିସ୍‌ ସମସ୍ୟାକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ଏହି ଯୋଗାସନ …

ସ୍ପର୍ମର ଗୁଣବତ୍ତା ଏବଂ ସଂଖ୍ୟା ପାଇଁ ଅନେକ କାରକ ଦାୟୀ । ଏମିତି ଅନେକ ରୋଗ, ପରିବେଶ କାରକ, ଡ୍ରଗ୍ସ ୟୁଜ୍, ରେଡିଏସନ୍, ମେଟାଲ ଏକ୍ସପୋଜର ଆଦି ଦାୟୀ ହୋଇପାରେ । ଏସବୁ ସତ୍ତ୍ୱେ କିଛି ଏମିତି ବଦଭ୍ୟାସ ମଧ୍ୟ ରହିଛି ଯେଉଁ କାରଣରୁ ପୁରୁଷଙ୍କ ମଧ୍ୟରେ ସ୍ପର୍ମ କ୍ୱାଲିଟି ଏବଂ ସଂଖ୍ୟା ପ୍ରଭାବିତ ହୋଇପାରେ ।

{"id":579962,"width":741,"height":428,"sizeSlug":"full","linkDestination":"none"}

ଏହି ଖରାପ ଅଭ୍ୟାସ ସ୍ପର୍ମ ପାଇଁ କ୍ଷତିକାରକ

୧. ଡ୍ରଗ୍ସ ବ୍ୟବହାର ମାୟୋ କ୍ଲିନିକ୍ ଅନୁସାରେ ଏମିତି ଅନେକ ମାଦକ ଡ୍ରଗ୍ ରହିଛି ଯାହାକୁ ସେବନ କଲେ ସ୍ପର୍ମ ଉପରେ ପ୍ରଭାବ ପଡିଥାଏ । ଏପରିକି ମସଲ୍ସ ପାଇଁ ଯେଉଁ ଏନାବୋଲିକ୍ ଷ୍ଟେରଏଡ୍ ବ୍ୟବହାର କରାଯାଏ ସେଥିରେ ମଧ୍ୟ ସ୍ପର୍ମ କ୍ୱାଲିଟି ଖରାପ ହୋଇଥାଏ । କୋକିନ୍, ହେରୋଇନ୍, ଗଞ୍ଜେଇ ଆଦି ସ୍ପର୍ମ କ୍ୱାଲିଟି ଏବଂ ପ୍ରଡକ୍ସନ ଖରାପ କରିଥାଏ ।

୨. ମଦ- ମଦ୍ୟପାନ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା ସହ ଏହା ସ୍ପର୍ମ ସଂଖ୍ୟା ଏବଂ ଗୁଣବତ୍ତାକୁ ଅଧିକ ଖରାପ କରିଥାଏ । ମଦ ଟେଷ୍ଟୋଷ୍ଟେରନ ଲେବଲକୁ କମ୍ କରିଥାଏ । ଏଥିରେ ସ୍ପର୍ମର ପ୍ରଡକ୍ସନ ବହୁତ କମ୍ ହୋଇଯାଏ ।

୩. ତମାଖୁ- ଯେଉଁ ପୁରୁଷମାନେ ସିଗାରେଟ୍ ସେବନ କରନ୍ତି ସେମାନଙ୍କ ସ୍ପର୍ମ କାଉଣ୍ଟ କମ୍ ହୋଇଯାଏ ।

୪. ଭାବନାତ୍ମକ ଚାପ ବା ଚିନ୍ତାଗ୍ରସ୍ତ ରହିବା- ଯଦି କେହି ପୁରୁଷ ଅଧିକ ଚାପଗ୍ରସ୍ତ ବା ଚିନ୍ତାରେ ରୁହେ ତେବେ ତାର ସ୍ପର୍ମ କ୍ୱାଲିଟି ପ୍ରଭାବିତ ହୁଏ । ଚିନ୍ତା ଯୋଗୁଁ ହାର୍ମୋନର ଉତ୍ପାଦନ କମ୍ ହୋଇଥାଏ ଯେଉଁ କାରଣରୁ ସ୍ପର୍ମର ପ୍ରଡକ୍ସନ ମଧ୍ୟ କମ୍ ହୋଇଥାଏ ।

{"id":579963,"width":800,"height":469,"sizeSlug":"full","linkDestination":"none"}

୫. ଅବସାଦ- ଚାପଗ୍ରସ୍ତର ଆଗାମୀ ଷ୍ଟେଜ୍ ଡିପ୍ରେସନ୍ ବା ଅବସାଦ । ଡିପ୍ରେସନ୍ ସାରା ଶରୀରକୁ ନକାରାତ୍ମକରେ ଭରିଦିଏ । ଏଥିରେ ସ୍ପର୍ମ ସଂଖ୍ୟା ହ୍ରାସ ପାଇଥାଏ ।

୬. ଓଜନ- ଅଧିକ ଓଜନ ମଧ୍ୟ ସ୍ପର୍ମର ଶତ୍ରୁ । ଓଜନ ଯୋଗୁଁ ଅନେକ କାରଣ ପାଇଁ ସ୍ପର୍ମ କମ୍ ହୋଇଥାଏ । ଓଜନ ଖାଦ୍ୟ ପେୟ ଯୋଗୁଁ ବୃଦ୍ଧି ହୋଇଥାଏ । ଏହା ଅନେକ ହର୍ମୋନ୍ ପ୍ରଡକ୍ସନକୁ ବିଗାଡି ଦିଏ ଏବଂ ଏହାର ସିଧା ପ୍ରଭାବ ସ୍ପର୍ମ ଉପରେ ପଡିଥାଏ ।

କଫି ଦୂର କରିବ ଟ୍ୟାନିଂ ସମସ୍ୟା, ଏପରି ପ୍ରସ୍ତୁତ କରନ୍ତୁ ଫେସପ୍ୟାକ୍‌

Copyright © 2022 - Summa Real Media Private Limited. All Rights Reserved.