ଭୁବନେଶ୍ୱର, ୨୬/୦୪: ବରଯାତ୍ରୀରେ ଆସିଥିବା ଯୁବକଙ୍କ ଉତ୍ପାତ । ନିଶାଶକ୍ତ ଅବସ୍ଥାରେ ଗାଡ଼ି ଧକ୍କା କଲେ । ଝଗଡ଼ା ପରେ ଖଣ୍ଡା ଧରି ହାଣିବାକୁ ଗୋଡ଼ାଇଲେ ମଦ୍ୟପ ଯୁବକ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇଟି ଗାଡ଼ି ଜବତ କରିଛି ପୋଲିସ । କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବାଙ୍କୀ ଅଞ୍ଚଳରେ ଏକ ବାହାଘର ବରଯାତ୍ରୀରେ ଆସି ଯୁବକ ଜଣକ ଏଭଳି କାଣ୍ଡ କରିଛନ୍ତି । ବାହାଘର ସରିବା ପରେ ନିଶାସକ୍ତ ଅବସ୍ଥାରେ ପଥଚାରୀଙ୍କୁ ଅତିଷ୍ଠ କରିଥିଲେ । ଏହା ପରେ ଗାଡ଼ି ଧକ୍କା କରିଥିଲେ । ଏହାକୁ ନେଇ ଝଗଡ଼ା ହେବାରୁ ଖଣ୍ଡା ଧରି ହାଣିବାକୁ ଗୋଡାଇଥିଲେ । ଏହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଏନେଇ ଖବର ପାଇବା ପରେ ବୈଦେଶ୍ଵର ପୋଲିସ ଘଟଣାର ଛାନଭିନ୍ କରିଛି । ଶୁକ୍ରବାର ରାତିରେ ଦୁଇଟି ଗାଡ଼ି ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ।