ଭୁବନେଶ୍ୱର ,୧୮/୦୧: ଟ୍ରେନ୍ ଟ୍ରାକ୍‌ରେ ମଦୁଆର ହାଇଡ୍ରାମା। ରାଜମହଲ ଛକ ନିକଟରେ ଟ୍ରେନ୍‌କୁ ଅଟକାଇ ଦେଲା ଟ୍ରେନ୍‌।  ଫାଳିକିଆ ବସ୍ତିରେ ରହୁଥିବା ଜଣେ ମଦ୍ୟପ ଏପରି କାଣ୍ଡ ଭିଆଇଛି। ତେବେ ଯୁବକ ଜଣକ ଟ୍ରେନ ଅଟକାଇବା ସହ ଟ୍ରେନ୍ ଲାଇନରେ ଶୋଇବା ଦେଖିବାକୁ ମିଳିଛି। ଖବରପାଇ ଘଟଣାସ୍ଥଳରେ ପହଞ୍ଚିଲେ RPF ଓ GRP ପୁଲିସ। ଦୁଇ ପୁଲିସ ଟିମ୍ ମିଶି ମଦ୍ୟପ ଜଣଙ୍କୁ କାବୁ କରାଯାଇଛି। ସେପଟେ ଘଟଣାକୁ ନେଇ ରେଳ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।