ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ପୋଷ୍ଟ ଅଫିସ ଭିତରେ ମଦୁଆ ପୋଷ୍ଟ ମାଷ୍ଟରଙ୍କ ଉନ୍ମତ କାଣ୍ଡ, ଗ୍ରାହକ ଅସନ୍ତୋଷ…

Published By : Ladu Kishor | December 2, 2024 10:06 PM

ମାଲକାନଗିରି ୨/୧୨ ପୋଷ୍ଟ ଅଫିସ ଭିତରେ ପୋଷ୍ଟ ମାଷ୍ଟର ମଦ୍ୟପାନ କରି ଗ୍ରାହକ ମାନଙ୍କୁ ଖରାପ ବ୍ୟବହାର ଦେଖାଉଥିବାର ଅଭିଯୋଗ ଆସିଛି। ଏହା ଦ୍ୱାରା  ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପଚାରିବାରୁ ପୋଷ୍ଟମାଷ୍ଟର ଜଣକ ଯୁକ୍ତି ବାଢିଛନ୍ତି, କହିଛନ୍ତି କି ହଁ ମୁଁ ମଦ ପିଇଛି । ମୋତେ ଫାଶୀ କରିଦେବ ନା କ’ଣ । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାର ଡି.ଏନ.କେ କଲୋନି ପୋଷ୍ଟ ଅଫିସରେ। ଗ୍ରାହକ ମାନଙ୍କ ଅଭିଯୋଗ ହୋଇଛି ପ୍ରଭାସ ସାହୁ ନାମକ ଏହି ପୋଷ୍ଟ ମାଷ୍ଟର ପ୍ରାୟ ଦିନ ମଦ ପିଇ ନିଜ କାର୍ଯ୍ୟରେ ଯୋଗ ଦିଅନ୍ତି। ଗ୍ରାହକ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଲୋକଙ୍କ ପୋଷ୍ଟାଲ କାର୍ଯ୍ୟ ଠିକ ସମୟରେ କରନ୍ତି ନାହି। ଏନେଇ କିଛି ଅଭିଯୋଗ କଲେ ମୋର ସଂପର୍କୀୟ ବଡ ନେତା ବୋଲି କହିବା ସହ ଲୋକଙ୍କୁ ଧମକ ଚମକ ମଧ୍ୟ ଦିଅନ୍ତି। ତେବେ ଟଙ୍କା ପଇସା କାରବାର ହେଉଥିବା ଭଳି ଏକ ଗୁରୁତ୍ବପୁର୍ଣ ସ୍ଥାନରେ ଜଣେ ମଦୁଆ ପୋଷ୍ଟ ମାଷ୍ଟରଙ୍କୁ କେମିତି ରଖା ଯାଇଛି, ସେ ନେଇ ସାଧାରଣରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.