PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ନବନିଯୁକ୍ତ ଡିଏସ୍‌ପିଙ୍କୁ ଡିଜିପିଙ୍କ ୧୧ ସୂତ୍ରୀ ମନ୍ତ୍ର

କଟକ,୧ା୬(ବ୍ୟୁରୋ): ପରିଶ୍ରମୀ, କର୍ତ୍ତବ୍ୟନିଷ୍ଠ ଓ ଦାୟିତ୍ୱସଂପନ୍ନ ହେବା ପାଇଁ ନବନିଯୁକ୍ତ ଡିଏସ୍‌ପିମାନଙ୍କୁ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ପରାମର୍ଶ ଦେଇଛନ୍ତି । ପୁଲିସ୍‌ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡିଜି ଡାକ୍ତର ଶର୍ମା ୨୦୧୫ ବ୍ୟାଚ୍‌ରେ ସିଧାସଳଖ ଡିଏସ୍‌ପି ନିଯୁକ୍ତି ପାଇ ଟ୍ରେନିଂ ଶେଷ କରୁଥିବା ୧୪ ଜଣ ଅଫିସରଙ୍କୁ ପୁଲିସର କର୍ତ୍ତବ୍ୟ, ସେବା, ଦାୟିତ୍ୱ ଓ କାର୍ଯ୍ୟଶୈଳୀ ସମ୍ପର୍କରେ ବୁଝାଇଛନ୍ତି ।
୨୦୧୫ ବ୍ୟାଚ୍‌ର ୧୪ ଜଣ ଡିଏସ୍‌ପି ପାହ୍ୟା ଅଫିସର୍‌ଙ୍କ ଟ୍ରେନିଂ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି । ଖୁବ୍‌ଶୀଘ୍ର ସମ୍ପୃକ୍ତ ତାଲିମ୍‌ପ୍ରାପ୍ତ ଡିଏସ୍‌ପିମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିୟୋଜିତ କରାଯିବ । ଏହାପୂର୍ବରୁ ସମ୍ପୃକ୍ତ ତାଲିମ୍‌ପ୍ରାପ୍ତ ୧୪ ଜଣ ଡିଏସ୍‌ପି ରାଜ୍ୟ ପୁଲିସ୍‌ ମୁଖ୍ୟାଳୟର ବିଭିନ୍ନ ସଂସ୍ଥାର କାର୍ଯ୍ୟଧାରା ଓ ନିୟମ ଆଦି ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ନେଉଥିବାର ସୂଚନା ମିଳିଛି । ତାଲିମ୍‌ ଶେଷ ହୋଇ ରାଜ୍ୟର ବିଭିନ୍ନ ପୁଲିସ୍‌ ଜିଲ୍ଲା ଏବଂ ପୁଲିସ୍‌ ସଂସ୍ଥାରେ ନିୟୋଜିତ ହେବା ପୂର୍ବରୁ ଡିଜି ଡାକ୍ତର ଶର୍ମା ସମ୍ପୃକ୍ତ ଡିଏସ୍‌ପିମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ସମ୍ପର୍କରେ ୧୧ ସୂତ୍ରୀ ମନ୍ତ୍ର ବା ପରାମର୍ଶ ଦେଇଛନ୍ତି ।

କର୍ତ୍ତବ୍ୟ ସମୟରେ ଅଧିକ ପ୍ରତିକ୍ରିୟାଶୀଳ ନହେବା ପାଇଁ ଡିଜି ପରାମର୍ଶ ଦେଇଛନ୍ତି । ସେହିପରି ନିଜର ଆବେଗ ବା ଭାବନା ଦ୍ୱାରା ପ୍ରଭାବିତ ନହେବା ପାଇଁ କହିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସମୟରେ ସର୍ବନିମ୍ନ ପୁଲିସ୍‌ ଫୋର୍ସ ବ୍ୟବହାର କରିବା, କାର୍ଯ୍ୟ କ୍ଷେତ୍ରରେ ଯଦି କୌଣସି ଅସୁବିଧା ସୃଷ୍ଟି ହେଉଛି ତୁରନ୍ତ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇବା, ସ୍ଥିତିକୁ ସୂଚାରୁରୂପେ ନିୟନ୍ତ୍ରଣ କରିବା, ବରିଷ୍ଠ ଅଧିକାରୀଙ୍କ ବିଶ୍ୱାସ ଭାଜନ ହେବା, ଆତ୍ମବିଶ୍ୱାସ ଦୃଢ ରଖିବା, କାର୍ଯ୍ୟଧାରା ମଧ୍ୟରେ ନିଜର ଅଧସ୍ତନ ଅଧିକାରୀଙ୍କ ଉପରେ ଅଯଥା ବୋଝ ନଲଦିବା, ଲୋକଙ୍କ ସହ ବନ୍ଧୁ ଭାବେ ଆଚରଣ କରିବା ସହ ଜନସାଧାରଣଙ୍କ ସେବା କରିବା ଆଦି ଦିଗ ଉପରେ ଡିଜି ଡାକ୍ତର ଶର୍ମା ଡିଏସ୍‌ପିମାନଙ୍କୁ ପରାମର୍ଶ ଦେଇଥିବା ସୂଚନା ମିଳିଛି । ପ୍ରତିଦିନ ପୁଲିସ୍‌ ଅଧିକାରୀଙ୍କ ପାଇଁ ନୂଆ ଚାଲେଞ୍ଜ ଆସୁଛି । ଏଥିପାଇଁ ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଆଦି ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ କରିବା ଉପରେ ଡିଜି ଗୁରୁତ୍ୱ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏଡିଜି ବିନୟତୋଷ ମିଶ୍ର, ଆଇଜି ପି. ରଣପିସେ ଓ ଆଇଜି ଅସିତ ପାଣୀଗ୍ରାହୀ ପ୍ରମୁଖ ଅଧିକାରୀମାନେ ଡିଜିଙ୍କ ସହ ଉପସ୍ଥିତ ରହି ବିଜୁ ପଟ୍ଟନାୟକ ପୁଲିସ୍‌ ଟ୍ରେନିଂ ସେଣ୍ଟରରେ ତାଲିମ୍‌ପ୍ରାପ୍ତ ସମ୍ପୃକ୍ତ ୧୪ ଜଣ ଡିଏସ୍‌ପିଙ୍କୁ ପୁଲିସ୍‌ର କାର୍ଯ୍ୟାଧାରା ସମ୍ପର୍କରେ ଅବଗତ କରିଥିଲେ ।