ଗୁଜରାଟ ପେପର ଲିକ୍ ଘଟଣାରେ ଏଟିଏସର ଆକ୍ସନ , ୧୫ ଜଣ ଅଟକ

ଅହମ୍ମଦାବାଦ – ଗୁଜରାଟରେ ରବିବାର ହେବାକୁ ଥିବା ଜୁନିୟର କ୍ଲର୍କ ପ୍ରତିଯୋଗିତା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କାରଣରୁ ରଦ୍ଦ କରି ଦିଆ ଯାଇଛି ଏବଂ ପୁଲିସ ଏହି ସମ୍ୱନ୍ଧରେ ଜଣେ ସନ୍ଦିଗ୍ଧକୁ ହେପାଜତକୁ ନେଇଛି। ରାଜ୍ୟ ପଞ୍ଚାୟତ ପରୀକ୍ଷା ବୋର୍ଡ ଏହି ସୂଚନା ଦେଇଛି।
ଗୁଜରାଟରେ ରବିବାର ୨,୯୯୫ଟି କେନ୍ଦ୍ରରେ ଜୁନିୟର କ୍ଲର୍କ ପ୍ରତିଯୋଗୀ ପରୀକ୍ଷା ହେବାର ଥିଲା। ମୋଟ ୯.୫ ଲକ୍ଷ ପରୀକ୍ଷାର୍ଥୀ ୧,୧୮୧ ପଦରେ ଭର୍ତ୍ତି ନେଇ ଆୟୋଜିତ କରାଯାଉ ଥିବା ଏହି ପରୀକ୍ଷା ପାଇଁ ପଞ୍ଜୀକରଣ କରାଇଥିଲେ। ବୋର୍ଡ ଏକ ବୟାନରେ କହିଛି କି, ଏକ ଗୁପ୍ତ ସୂଚନା ଆଧାରରେ ପୁଲିସ ରବିବାର ଜଣେ ସଦିଗ୍ଧକୁ ଧରିଛି ଏବଂ ତା ପାଖରୁ ପରୀକ୍ଷା ପ୍ରଶ୍ନପତ୍ରର କପି ଜବତ କରିଛି , ଯାହାପରେ ଗୁଜରାଟ ପଞ୍ଚାୟତ ସେବା ଚୟନ ବୋର୍ଡ ପରୀକ୍ଷାର୍ଥୀଙ୍କ ବ୍ୟାପକ ହିତରେ ପରୀକ୍ଷା ସ୍ଥଗିତ କରିବାକୁ ନିର୍ଣ୍ଣୟ ନେଇଛି।
Gujarat ATS was continuously keeping a watch on people who were related to previous paper leak incidents. 15 accused have been arrested from Vadodara with question papers. The government decided to cancel the exam. Further investigation is underway: Sunil Joshi, SP, Gujarat ATS pic.twitter.com/upmKgcUQei
— ANI (@ANI) January 29, 2023
ଗୁଜରାଟ ଏଟିଏସ୍ ( ଗୁଜରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ)ର ଏସପି ସୁନିଲ ଯୋଶୀ କହିଛନ୍ତି କି , ଗୁଜରାଟରେ ଯେଉଁ ପେପର ଲିକ୍ ହୋଇଛି, ତାହା ଆନ୍ଧ୍ର ପ୍ରଦେଶରୁ ଅଣାଯାଇ ଥିଲା। ଗୁଜରାଟ ଏଟିଏସ ଏବେସୁଦ୍ଧା ୧୫ ଅଭିଯୁକ୍ତଙ୍କୁ ଧରିଛି । ପେପର ଲିକ୍ ମାମଲା ଓଡ଼ିଶା ଓ ବିହାର ସହ ଲିଙ୍କ୍ ରହିଛି। ନାୟକ ନାମକ ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି , ଯିଏ ଓଡ଼ିଶାରେ ରୁହନ୍ତି। ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ଗୁଜରାଟ ଏଟିଏସର ଟିମ୍ ଓଡ଼ିଶାରେ ପହଞ୍ଚିଛି ।