PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

କଟକରେ ଭେଜାଲ ଚା’ ପତି: ୭ କ୍ୱିଣ୍ଟାଲ ଚା’ ଜବତ, ଜଣେ ଅଟକ

କଟକ, ୦୬/ ୦୧: କଟକ ବଜାରରେ ବିକ୍ରି ହେଉଛି ଭେଜାଲ ଚା’ ପତି। ନକଲି ଖାଦ୍ୟ ସମାଗ୍ରୀର ଗନ୍ତାଘର ପାଲଟିଥିବା କଟକରୁ ଏବେ ପୁଣି ମିଳିଛି ଭେଜାଲ ଚା’ ପତି। ଅପମିଶ୍ରତ ତେଲ, ଘିଅ, ସସ୍, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ପନିର ମିଳିବା ପରେ ଏବେ କଟକରୁ ଜବତ ହୋଇଛି ଅପମିଶ୍ରିତ ଚା’ ପତି। ଯାହାକୁ ନେଇ ଗ୍ରାହକ ଆଶଙ୍କାରେ।

ବୁଧବାର ଦିନ ସକାଳୁ ସକାଳୁ ପୁଲିସ ଏକ ଅପମିଶ୍ରିତ ଚା’ ଗୋଦାମ ଉପରେ ଚଢ଼ାଉ କରି ଅପମିଶ୍ରିତ ଚା’ ଗୁଣ୍ଡ ଜବତ କରିଛି। କଟକ ସଦର ପୁଲିସ ସହରର ମୁକାମେଶ୍ୱର ଗାଁରୁ ଏକ ଚା’ ଗୋଦାମ ଠାବ କରି ଚଢ଼ାଉ କରିଛି। ଏଥିସହିତ ବିପୁଳ ପରିମାଣର ଅପମିଶ୍ରିତ ସାମଗ୍ରୀ ଜବତ କରିବା ସହ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଥିବା ନେଇ ସୂଚନା ରହିଛି।

ଚଢାଉ ବେଳେ ୭ କ୍ୱିଣ୍ଟାଲରୁ ଅଧିକ ନକଲି ଚା ପତି ଜବତ କରାଯାଇଛି। ଏଠାରେ ବିଭିନ୍ନ ବ୍ରାଣ୍ଡର ଚା ପତିକୁ ଅପମିଶ୍ରିତ କରାଯାଉଥିବା ସୂଚନା ମିଳିଛି। ସୂଚନାଥାଉକି, ନିକଟରେ କଟକ ବଜାରରୁ ଅପମିଶ୍ରିତ ସିନ୍ଥେଟିକ୍ ପନିର୍‌ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର