ପ୍ରମୂଖ ଖବର
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବିବାହ ତ୍ରୈମାସିକ ପୂର୍ତ୍ତି ପାଳନ ପାଇଁ ଘରକୁ ଫେରୁଥିଲେ, ବାଟରେ କାଳ ସାଜିଲା ହମ୍ପ୍‌ସ; ଦୁର୍ଘଟଣାରେ ଆଖିବୁଜିଲେ ଅଙ୍କୋଲୋଜି ଡାକ୍ତର

ଭୁବନେଶ୍ୱର,୨୯/୦୫: ମାତ୍ର ୩ ମାସ ତଳେ ବିବାହ ହୋଇଥିଲା । ସ୍ୱାମୀ ସ୍ତ୍ରୀ ଉଭୟେ ଡାକ୍ତର । ସ୍ୱାମୀ ଭୁବନେଶ୍ୱର ସମ୍‌ ହସ୍ପିଟାଲର ଅଙ୍କୋଲୋଜି ବିଭାଗରେ କାର୍ଯ୍ୟରତ ଥିଲାବେଳେ ସ୍ତ୍ରୀ କଟକ ଏସ୍‌ସିବି ମେଡିକାଲ୍‌ରେ କାର୍ଯ୍ୟ କରନ୍ତି । କିନ୍ତୁ ଠିକ୍‌ ଭାବେ ଚିହ୍ନଟ ହୋଇନଥିବା ଏକ ହମ୍ପ୍‌ସ ପାଇଁ ସ୍ୱାମୀ ଡାକ୍ତର ମନୋଜ କୁମାର ଓନ୍‌କାରଙ୍କ ଜୀବନଦୀପ ଲିଭିଯାଇଛି । ସ୍ୱାମୀଙ୍କୁ ନେଇ ସୁଖ ସଂସାର କରିବାକୁ ଅୟୁତ ଯୋଜନା କରିଥିବା ସଂଗୀତା ଏହି ଦୁର୍ଘଟଣା ପରେ ନିର୍ବାକ୍‌ ଓ ନିଶ୍ଚଳ ହୋଇଯାଇଛନ୍ତି । ହସ୍ପିଟାଲରେ ମନୋଜଙ୍କ ସହକର୍ମୀ ଓ ସାଙ୍ଗସାଥୀମାନେ ଏହି ଖବରକୁ ବିଶ୍ୱାସ କରିପାରୁନାହାନ୍ତି ।

ଡାକ୍ତର ମନୋଜଙ୍କ ଘର ବ୍ରହ୍ମପୁରରେ । ପତ୍ନୀଙ୍କ ସହ ସେ କଟକରେ ରହୁଥିଲେ । ରବିବାର ଥିଲା ତାଙ୍କର ତ୍ରୈମାସିକ ବିବାହ ପୂର୍ତ୍ତି ଦିନ । ପ୍ରତିଦିନ ଭଳି ଗତକାଲି ରାତି ୧୨ଟା ବେଳେ ମନୋଜ ହସ୍ପିଟାଲରୁ ଡ୍ୟୁଟି ସାରି କଟକ ଅଭିମୁଖେ ବାହାରିଲେ । ବରମୁଣ୍ଡା ହାଉସିଂ ବୋର୍ଡ ଛକ ସିଆର୍‌ପିଏଫ୍‌ କ୍ୟାମ୍ପସ ପଛ ଗେଟ୍‌ ସାମ୍ନାରେ ଥିବା ହମ୍ପ୍ସରେ ତାଙ୍କ ବାଇକ୍‌ (ଓଡି୦୭ଏଜି ୮୮୯୯)ରୁ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା । ମନୋଜ ବାଇକ୍‌ରୁ ଛିଟିକି ଯାଇ ରାସ୍ତାକଡ଼ ଏକ କୃଷ୍ଣଚୂଡ଼ା ଗଛରେ ଖୁବ୍‌ ଜୋର୍‌ରେ ପିଟି ହେଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନେଇଗଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ନୂଆପଲ୍ଲୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପୁଲିସର ଏକ ଟିମ୍‌ ଦୁର୍ଘଟଣାସ୍ଥଳରେ ତଦନ୍ତ କରିଛି । ପୁଲିସ ସନ୍ଦେହ କରୁଛି, ହମ୍ପ୍ସରେ ଧଳା ଚିହ୍ନ (ମାର୍କର ଲାଇନ୍‌) ନ ଥିବାରୁ ମନୋଜ ରାତିବେଳା ଏହା ଜାଣିପାରିଲେନି । ସେଥିପାଇଁ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବ । ପୁଲିସ ରାସ୍ତା ଆରପାଶ୍ୱର୍ରେ ଥିବା ଏକ କୋଠାର ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରୁଛି । ସେଥିରୁ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି଼ବ ବୋଲି ପୁଲିସ କହିଛି । ସେପଟେ ହମ୍ପ୍ସରେ ମାର୍କର ଲାଇନ୍‌ ନଥିବାରୁ ଅଧିକାଂଶ ସମୟରେ ଛୋଟମୋଟ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ସୂଚନାଥାଉ କି, ଗତ ଫେବ୍ରୁଆରୀ ୨୮ ତାରିଖରେ ମନୋଜଙ୍କ ବାହାଘର ହୋଇଥିଲା । ବାହାଘରର ମାତ୍ର ୩ ମାସ ପରେ ଏଭଳି ଏକ ଘଟଣା ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଲଦି ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.