PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାପତି ଭାବେ ନିର୍ବାଚିତ ହେଲେ ଦୁରୂପୁଡ଼ା ଭତ୍ରା

ଜୟପୁର, ୧୮/୧୧ : କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାପତି ଭାବେ ନିର୍ବାଚିତ ହେଲେ ଦୁରୂପୁଡ଼ା ଭତ୍ରା । ବିଜେଡି ସମର୍ଥିତ ଦୁରୂପୁଡ଼ା ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଧାର୍ଯୟ ସମୟ ମଧ୍ୟରେ ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ଦୁରୂପୁଡ଼ାଙ୍କୁ ନିର୍ବାଚନ ଅଧିକାରୀ ବେଦବର ପ୍ରଧାନ ବିଜୟୀ ଘୋଷଣା କରିଛନ୍ତି। ବିଜୟ ଘୋଷଣା ପରେ ତାଙ୍କୁ ପ୍ରମାଣପତ୍ର ଦିଆଯାଇଛି। ପୂର୍ବରୁ ବିଜେଡି ସମର୍ଥିତ ଇଶ୍ଵର ପାଣିଗ୍ରାହୀ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସୂଚନା ଥାଉକି ୧୫ ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ୧୪ ଜଣ ହେଉଛନ୍ତି ବିଜେଡି ସମର୍ଥିତ।