ଭୁବନେଶ୍ୱର, ୫।୪: ଓଡ଼ିଆ ଯାତ୍ରା ମଞ୍ଚରେ ଶୁଭିବ ଦୁର୍ଯ୍ୟୋଧନ ଓରଫ୍‌ ବଲିଉଡ୍‌ ଅଭିନେତା ପୁନିତ ଇସରଙ୍କ ଦମଦାର ସଂଳାପ । ଖୁବଶୀଘ୍ର ତାଙ୍କୁ ଦର୍ଶକମାନେ ମଞ୍ଚରେ ଦେଖିବେ । ଶନିବାର ଏଭଳି ସୂଚନା ଦେଇଛନ୍ତି ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ତଥା ନାଟ୍ୟମଣ୍ଡପ ମାଲିକାଣୀ ରାଣୀ ପଣ୍ଡା । ସୋସିଆଲ ମିଡିଆରେ  ରାଣୀ ସୂଚନା ଦେଇ କହିଛନ୍ତି, ଆସନ୍ତା ଯାତ୍ରାବର୍ଷ ୨୦୨୬-୨୭ରେ ଅଭିନେତା  ପୁନିତ ଇସରଙ୍କୁ ନାଟ୍ୟମଣ୍ଡପ ମଞ୍ଚରେ  ଦେଖିବାକୁ ମିଳିବ ।

​​​​​​​

ଗତ ରାମ ନବମୀ ଅବସରରେ ରାଣୀ ଜଣେ ବଲିଉଡ୍‌ କଳାକାର ନାଟ୍ୟମଣ୍ଡପରେ ଯୋଗଦେବେ ବୋଲି ଘୋଷଣା କରିଥିବା ବେଳେ ଆଜି ସେହି ରହସ୍ୟ ଉପରୁ ପରଦା ହଟିଛି । ପ୍ରକାଶ ଥାଉକି, ଏହାପୂର୍ବରୁ  ଅଭିନେତା ପୁନିତ ଇସର ଓଡ଼ିଆ ସିନେମା ଭିଲେନ୍‌ରେ ନଜର ଆସିଥିଲେ ।  ଯଦି ପୁନିତ ନାଟ୍ୟମଣ୍ଡପରେ ଅଭିନୟ କରିବେ, ତେବେ ସେ ଦ୍ୱିତୀୟ ବଲିଉଡ୍‌ ଅଭିନେତା ଭାବରେ ଗଣାଯିବେ । ତାଙ୍କ ପୂର୍ବରୁ ବଲିଉଡ୍‌ ଖଳନାୟକ ଶକ୍ତି କାପୁର ଇଷ୍ଟର୍ଣ୍ଣ ଅପେରାରେ ନଜର ଆସିଥିଲେ । କେବଳ ସେତିକି ନୁହେଁ, ନାଟ୍ୟମଣ୍ଡପରେ ମଧ୍ୟ ବଲିଉଡ୍‌ର ଆସିକ୍‌ ରାହୁଲ ରୟ ନଜର ଆସିଥିବା ବେଳେ ଏହାର ଟାଇଟଲ  ଗୀତକୁ ସୋନୁ ନିଗମ ଗାଇଥିଲେ ।

ଅଧିକ ପଢ଼ନ୍ତୁ-ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା, ମିଠା ଦୋକାନୀ ମିସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ