​​​​​​​ରାସଗୋବିନ୍ଦପୁର, ୨୫।୧୦ : ଯାତ୍ରା ଦେଖି ଘରକୁ ଫେରୁଥିବା ସମୟରେ ୨ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି l ଏପରି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ l  ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ଉକ୍ତ ଥାନା ଅଧୀନ ନଳଗଜା ଗ୍ରାମରେ ଗତ ଅକ୍ଟୋବର ୨୨ ତାରିଖ ବୁଧବାର ଯାତ୍ରା ପରିବେଷଣ ହେଉଥିଲା l ରାସଗୋବିନ୍ଦପୁର ଥାନା ଅଞ୍ଚଳର  ୨ ଜଣ ଆଦିବାସୀ ନାବାଳିକା ଯାତ୍ରା ଦେଖି ସେମାନଙ୍କ ସମ୍ପର୍କୀୟଙ୍କ ସହିତ ରାତିରେ ମଧୁରିଆ ରାସ୍ତାରେ ଘରକୁ ଫେରୁଥିଲେ। ତିନୋଟି ବାଇକରେ ଥିବା ଆଠଜଣ ଯୁବକ ସେମାନଙ୍କୁ ପିଛା କରି ଅଟକାଇ ଥିଲେ ଅଶ୍ଳୀଳ ଭାଷାରେ  ସେମାନଙ୍କୁ ଗାଳିଗୁଜ କରିଥିଲେ l ତେବେ ନାବାଳିକାଙ୍କ ସହ ଥିବା ସେମାନଙ୍କ ସମ୍ପର୍କୀୟ ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ପରେ ନାବାଳିକାଙ୍କ ସମ୍ପର୍କୀୟଙ୍କ ନିକଟରୁ ଦୁଇଟି ମୋବାଇଲ ଯୁବକମାନେ  ଛଡାଇ ନେଇଥିଲେ। ଏହାପରେ ଉକ୍ତ ଦୁଇଜଣ ନାବାଳିକାଙ୍କୁ ଯୁବକମାନେ ତିନୋଟି ବାଇକରେ ଜୋର ଜବରଦସ୍ତ ବସାଇ ସ୍ଥାନୀୟ ଟିକପଦା କେନାଲକୁ ନେଇ ଧର୍ଷଣ କରିଥିଲେ l ତେବେ ପରେ ଜୀବନରୁ ମାରିଦେବାର ଧମକ ଦେଇ ନଳଗଜା କଲେଜ ପଡିଆ ନିକଟରେ ଛାଡି ପଳାଇଥିଲେ । କିନ୍ତୁ ଦୁଇ ଝିଅ ଗୁରୁବାର ତାଙ୍କର ଅଭିଭାବକଙ୍କ ନିକଟରେ ଘଟଣା ବାବଦରେ ଜଣାଇଥିଲେ। ଉଭୟ ଝିଅଙ୍କ ବାପା-ମା ଘଟଣା ଜାଣିବା ପରେ ରାସଗୋବିନ୍ଦପୁର ଥାନାରେ ଅଭିଯୁକ୍ତମାନଙ୍କ ନାମରେ ପୃଥକ ପୃଥକ ଅଭିଯୋଗ କରିଥିଲେ। ରାସଗୋବିନ୍ଦପୁର ଆଇଆଇସିବେତନଟୀ ଏସଡିପିଓ ଏବଂ ବାରିପଦା ଡିଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଘଟଣାର ତଦନ୍ତ କରାଯାଇଥିଲା।  ଏହି ଘଟଣାରେ ପୁଲିସ ତିନିଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ଅନ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁ ଚଢାଉ  ଜାରି ରହିଛି।