PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଦୂତି ପାଇବେନି ଅର୍ଜୁନ ପୁରସ୍କାର; ଏଥର ତାଙ୍କ ନାମ ହୋଇନି ସୁପାରିସ୍‌

ନୂଆଦିଲ୍ଲୀ,୨୫/୦୭ (ଏଜେନ୍ସି): ଅର୍ଜୁନ ପୁରସ୍କାର ପାଇଁ ଏଥର ଅଲିମ୍ପିଆନ ଦୂତି ଚାନ୍ଦଙ୍କ ନାମ ସୁପାରିସ ହୋଇ ନାହିଁ । ତେଣୁ ଚଳିତ ବର୍ଷ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଦେଶର ଦ୍ରୁତତମ ଧାବିକା ଦୂତିଙ୍କ ନାମରେ ରହିଛି ଜାତୀୟ ରେକର୍ଡ । ଦୀର୍ଘ ବର୍ଷ ପରେ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବା, ଏସିଆଡ୍‌ରେ ଡବଲ୍‌ ପଦକ ଜିତିବା ଏବଂ ପ୍ରଥମ ଭାରତୀୟ ମହିଳା ଭାବେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ସେ । ଏତେ ସଫଳତା ପରେ ବି ଏଥର ଦୂତିଙ୍କ ନାମ ସୁପାରିସ୍‌ ହୋଇ ନାହିଁ ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ତେଜିନ୍ଦର ପାଲ ସିଂ ତୁର, ସ୍ୱପ୍ନା ବର୍ମନ ଓ ଅର୍ପିନ୍ଦର ସିଂଙ୍କ ନାମ ସୁପାରିସ କରିଛି ଭାରତୀୟ ଆଥଲେଟିକ୍‌ ସଂଘ (ଏଏଫ୍‌ଆଇ) । ପଞ୍ଜାବ ସରକାର ସ୍ପିନର ହରଭଜନ ସିଂଙ୍କ ନାମ ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ କରିଥିଲେ, ହେଲେ ତାଙ୍କ ଦରଖାସ୍ତକୁ ଖାରଜ କରି ଦିଆଯାଇଛି । ଦରଖାସ୍ତ ବିଳମ୍ବରେ ପହଞ୍ଚିବାରୁ ଖାରଜ ହୋଇଥିବା ଜଣାପଡ଼ିଛି ।
ଗତ ଦୁଇ/ତିନି ବର୍ଷ ଧରି ଅନ୍ତର୍ଜାତୀୟ ଇଭେଣ୍ଟରେ ଦୂତି ଭଲ କରି ଆସୁଛନ୍ତି । ତଥାପି ତାଙ୍କ ନାମ କାହିଁକି ଏଏଫ୍‌ଆଇ ପକ୍ଷରୁ ସୁପାରିସ କରାଗଲା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଯାହା ଜଣା ପଡ଼ିଛି, ଏଏଫ୍‌ଆଇ ମାତ୍ର ୩ ଜଣ ଆଥଲେଟଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ତେଜିନ୍ଦର, ସ୍ୱପ୍ନା ଓ ଅର୍ପିନ୍ଦର । ମୋଟ୍‌ ୫ ଜଣ ଆଥଲେଟଙ୍କ ନାମ ଏହି ତାଲିକାରେ ଥିଲା । ଦୂତି ଓ ମନଜିତ ଏହି ତାଲିକାରେ ଥିଲେ । ଅନ୍ତର୍ଜାତୀୟ ପ୍ରଦର୍ଶନ ଅନୁସାରେ ପଏଣ୍ଟ ପ୍ରଦାନ କରାଯିବା ପରେ ଦୂତି ପଞ୍ଚମ ଓ ମନଜିତ ଚତୁର୍ଥ ହୋଇ ପ୍ରଥମ ୩ଟି ସ୍ଥାନ ମଧ୍ୟରୁ ବାଦ ପଡ଼ିଥିଲେ ।

ଗତ ଏସିଆଡ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ତେଜିନ୍ଦର, ସ୍ୱପ୍ନା ଓ ଅର୍ପିନ୍ଦରଙ୍କୁ ସୁପାରିସ କମିଟି ଅଧିକ ଗୁରୁତ୍ୱ ଦେଇଥିବା ଜଣା ପଡ଼ିଛି । ଦୂତି ଏସିଆଡ୍‌ରେ ୧୦୦ ମିଟର ଓ ୨୦୦ ମିଟରରେ ରୌପ୍ୟ ଜିତିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ଦୂତିଙ୍କ ନାମ ପୁରସ୍କାର ପାଇଁ ସୁପାରିସ ହୋଇଥିଲା । ହେଲେ ଏପ୍ରିଲ ୩୦ ପରିବର୍ତ୍ତେ ବହୁ ବିଳମ୍ବରେ ସରକାର ତାଙ୍କ ନାମ ପଠାଇଥିଲେ । ବିସିସିଆଇ ପକ୍ଷରୁ ଜଶପ୍ରୀତ ବୁମରା, ମହମ୍ମଦ ସାମି, ରବିନ୍ଦ୍ର ଜାଡେଜା ଏବଂ ମହିଳା କ୍ରିକେଟର ପୁନମ ଯାଦବଙ୍କ ନାମ ଅର୍ଜୁନ ପାଇଁ ସୁପାରିସ ହୋଇଛି । ତେବେ କୌଣସି ଖେଳାଳିଙ୍କ ନାମ ଖେଳରତ୍ନ ପାଇଁ ପଠାଯାଇ ନାହିଁ । ହରଭଜନଙ୍କ ନାମ ପଞ୍ଜାବ ସରକାର ଖେଳରତ୍ନ ପାଇଁ ପଠାଇଥିଲେ । ମାତ୍ର ନାମ ସୁପାରିସ କରିବାର ଶେଷ ତାରିଖ ଥିଲା ଏପ୍ରିଲ ୩୦ ତାରିଖ । କିନ୍ତୁ ହରଭଜନଙ୍କ ନାମ ଜୁନ ୨୫ ତାରିଖରେ କ୍ରୀଡ଼ା ମନ୍ତ୍ରଣାଳୟରେ ପହଞ୍ଚିଥିଲା । ତେଣୁ ଏହି ସୁପାରିସକୁ ମନ୍ତ୍ରଣାଳୟ ପକ୍ଷରୁ ଖାରଜ କରି ଦିଆଯାଇଛି ।