PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମିଛ କହିଲେ; ଆରମ୍ଭ ହୋଇନି ଇ-ହସ୍ପିଟାଲ ସେବା

ଭୁବନେଶ୍ୱର,୧୩ ।୬(ବ୍ୟୁରୋ): ଦେଢ଼ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇ-ହସ୍ପିଟାଲ ସେବା ଆରମ୍ଭ କରିବାକୁ ସିଡାକ୍‌ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଉଦ୍ଦେଶ୍ୟ ଥିଲା ରୋଗୀ ଆଉ ଟିକେଟ ପାଇଁ ଦୌଡ଼ିବେନି । ସେମାନଙ୍କ ସବୁ ତଥ୍ୟ କମ୍ପ୍ୟୁଟରରେ ପଞ୍ଜିକୃତ ହୋଇ ରହିବ । ହସ୍ପିଟାଲର ସବୁ ବିଭାଗକୁ କମ୍ପ୍ୟୁଟରାଇଜଡ୍‌ କରାଯିବ । ହେଲେ ବିନ୍ଦୁ କି ବିସର୍ଗ କିଛି ହୋଇନି । ହେଲେ ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ଆଗରେ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲରେ ଇ-ହସ୍ପିଟାଲ ସେବା ଆରମ୍ଭ ହୋଇ ସାରିଛି ।

ହେଲେ ବାସ୍ତବତା ହେଉଛି, ଏ ଯାଏ ଏହା ଆରମ୍ଭ ହୋଇପାରିଲାନି । ଏବେ ପୁଣି ସରକାର ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଦୁଇ ବର୍ଷ ଭିତରେ ରାଜ୍ୟର ସବୁ ହସ୍ପିଟାଲକୁ ଇ-ହସ୍ପିଟାଲ କରିଦେବେ ବୋଲି ।
ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶାଳୟରେ ଦୁଇ ଦିନ ତଳେ ବସିଥିବା ସମୀକ୍ଷା ବୈଠକ ପରେ ବିଭାଗ ପକ୍ଷରୁ ଜାରି ପ୍ରେସ ଇସ୍ତାହାରରେ କୁହାଯାଇଥିଲା, ଏସ୍‌ସିବି ସହିତ କ୍ୟାପିଟାଲ ହସ୍ପିଟାଲରେ ଇ-ହସ୍ପିଟାଲ ସେବା ଆରମ୍ଭ ହୋଇଯାଇଛି । ଆଉ ୬ ମାସ ମଧ୍ୟରେ ଏହା ସଂପୂର୍ଣ୍ଣ ହୋଇଯିବ । ହେଲେ ବାସ୍ତବତା ହେଉଛି, ଏମ୍‌ଓୟୁ ହେବାର ଦେଢ ବର୍ଷ ମଧ୍ୟରେ କେବଳ ସର୍ଭର ରୁମ୍‌ କରାଯାଇ ପାରିଛି । ସର୍ଭର ରୁମ୍‌ ପ୍ରସ୍ତୁତ କରିବା ସହ ସବୁ ବିଭାଗକୁ କମ୍ପ୍ୟୁଟର ଦେବାଠୁ ଆରମ୍ଭ କରି ଇଣ୍ଟରନେଟ୍‌ ସଂଯୋଗ ଦେବା କାମ କିଛି ବି ଆରମ୍ଭ ହୋଇପାରିନି ।

ଏ ପଟେ କ୍ୟାପିଟାଲ ହସ୍ପିଟାଲରେ ଟିକେଟ ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ସବୁଦିନ ହନ୍ତସନ୍ତ ହେଉଛନ୍ତି । ଯେତିକି ସଂଖ୍ୟକ କାଉଣ୍ଟର ଖୋଲିବା କଥା ଏବେ ଖୋଲୁନି । ମହିଳା, ପୁରୁଷ, ଭିନ୍ନକ୍ଷମ ଓ ଷ୍ଟାଫ୍‌ଙ୍କ ଲାଗି ଅଲଗା ଅଲଗା କାଉଣ୍ଟର ଥିବା ଷ୍ଟିକର ଲାଗିଛି । ହେଲେ ନା କାଉଣ୍ଟର ଅନୁସାରେ କମ୍ପ୍ୟୁଟର ଅଛି ନା ମାନବ ସମ୍ବଳ । ସବୁଠୁ ସାଂଘାତିକ କଥା ହେଉଛି, ଗୁରୁତର ହୋଇ କାଜୁଆଲଟି ଆସୁଥିବା ରୋଗୀଙ୍କ ପାଇଁ ମଧ୍ୟ ଅଲଗା କାଉଣ୍ଟର ନାହିଁ ।

ରୋଗୀଙ୍କୁ ଟିକେଟ୍‌ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ୟୁନିସଫ୍ଟ ନାମକ ଏକ ସଂସ୍ଥା ସହ ଏମ୍‌ଓୟୁ ସ୍ୱାକ୍ଷର କରିଥିଲା । ସଂସ୍ଥା ପ୍ରତ୍ୟେକ ଟିକେଟ୍‌ ପିଚ୍ଛା ଏକ ନିର୍ଦ୍ଦିଷ୍ଟ ଟଙ୍କା ନେଉଛି । ସରକାର କାଗଜ ମାଗଣାରେ ଯୋଗାଇ ଦେଇଥିବା ବେଳେ ମାନବ ସମ୍ବଳ ଆଉ କମ୍ପ୍ୟୁଟର ଲଗାଇବା ଦାୟିତ୍ୱ ଥିଲା ୟୁନିସଫ୍ଟର । ତେବେ ୟୁନିସଫ୍ଟ କାଉଣ୍ଟର ସାମ୍ନାରେ ଯେଉଁଥିପାଇଁ ରୋଗୀଙ୍କୁ ଟିକେଟ୍‌ ପାଇଁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ୁଛି । ୟୁନିସଫ୍ଟର ଟେଣ୍ଡର ଅବଧି ମଧ୍ୟ ସରିଯାଇଛି । ତଥାପି ସଂସ୍ଥାକୁ ହଟାଯାଉନି । ଇ-ହସ୍ପିଟାଲ ସେବା ଆଳରେ ୟୁନିସଫ୍ଟକୁ ନହଟାଇ ଅବ୍ୟବସ୍ଥାରେ ଟିକେଟ କଟା ଯାଉଛି ।

ସମ୍ବନ୍ଧିତ ଖବର