PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଇ-କୁମ୍ଭ ପୋର୍ଟାଲରେ ୯ ଓଡ଼ିଆ ବିଟେକ୍‌ ବହି, ମାଗଣାରେ କରିପାରିବେ ଡାଉନଲୋଡ୍‌

ଭୁବନେଶ୍ୱର,୧୮/୧୧: ଇ-କୁମ୍ଭ ପୋର୍ଟାଲ୍‌ରଳଙ୍କ kumbh.aicte-india.org ରେ ଅପଲୋଡ୍‌ ହୋଇଛି ୯ ଓଡ଼ିଆ ଇଞ୍ଜିନିୟରିଂ ସ୍ନାତକ(ବିଟେକ୍‌) ବହି । ସେହିପରି ୧୧ ଡିପ୍ଲୋମା ବହି ଅପଲୋଡ୍‌ ନେଇ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ସୂଚନା ଦେଇଛି । ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଚାହିଁଲେ ଏହି ଓଡ଼ିଆ ବହିଗୁଡିକୁ ମାଗଣାରେ ଡାଉନଲୋଡ୍‌ କରିପାରିବେ । ବିଟେକ୍‌ରେ କେମିଷ୍ଟ୍ରି-୧(ୱିଥ୍‌ ଲ୍ୟାବ ମାନୁଆଲ୍‌), ପ୍ରୋଗ୍ରାମିଂ ଫର ପ୍ରୋବ୍ଲେମ୍‌ ସଲଭିଂ(ୱିଥ୍‌ ଲ୍ୟାବ ମାନୁଆଲ୍‌), ଇଞ୍ଜିନିୟରିଂ ଗ୍ରାଫିକ୍ସ ଆଣ୍ଡ ଡିଜାଇନ୍‌, ବେସିକ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ(ୱିଥ୍‌ ଲ୍ୟାବ ମାନୁଆଲ୍‌), ୱାର୍କସପ୍‌/ମାନ୍ୟୁଫାକଚରିଂ ପ୍ରାକ୍ଟିସେସ୍‌(ୱିଥ୍‌ ଲ୍ୟାବ ମାନୁଆଲ୍‌), ଫିଜିକ୍ସ(ଇଣ୍ଟ୍ରୋଡକ୍ସନ୍‌ ଟୁ ଇଲେକ୍ଟ୍ରୋମ୍ୟାଗନେଟିକ୍‌ ଥିଓରି ୱିଥ୍‌ ଲ୍ୟାବ ମାନୁଆଲ୍‌), ମ୍ୟାଥମେଟିକ୍ସ-୧ କାଲକୁଲସ୍‌ ଆଣ୍ଡ ଲାଇନର୍‌ ଏଲଜାବ୍ରା(ଫର ନନ୍‌ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବ୍ରାଞ୍ଚେସ୍‌), ମ୍ୟାଥମେଟିକ୍ସ-୧ କାଲକୁଲସ୍‌ ଆଣ୍ଡ ଲାଇନର୍‌ ଏଲଜାବ୍ରା(ଫର୍‌ ନନ୍‌ କମ୍ପ୍ୟୁଟର୍‌ ସାଇନ୍ସ୍‌ ଇଞ୍ଜିନିୟରିଂ ବ୍ରାଞ୍ଚେସ୍‌)ଓଡ଼ିଆରେ ଉପଲବ୍ଧ ବୋଲି ଏଆଇସିଟିଇ କର୍ତ୍ତୃପକ୍ଷ କହିଛନ୍ତି ।

ସେହିପରି ଡିପ୍ଲୋମାରେ ମ୍ୟାଥମେଟିକ୍ସ-୧, ମ୍ୟାଥମେଟିକ୍ସ-୨, ଆପ୍ଲାଏଡ୍‌ ଫିଜିକ୍ସ-୧ (ୱିଥ୍‌ ଲ୍ୟାବ ମାନୁଆଲ୍‌), ଆପ୍ଲାଏଡ୍‌ କେମେଷ୍ଟ୍ରି (ୱିଥ୍‌ ଲ୍ୟାବ ମାନୁଆଲ୍‌),ଇଞ୍ଜିନିୟରିଂ ଗ୍ରାଫିକ୍ସ, ଇଞ୍ଜିନିୟରିଂ ୱାର୍କସପ୍‌ ପ୍ରାକ୍ଟିସ୍‌ ସମେତ ୧୧ଟି ପୁସ୍ତକ ଓଡ଼ିଆରେ ଇ-କୁମ୍ଭ ପୋର୍ଟାଲ୍‌ରେ ଅପଲୋଡ୍‌ ହୋଇଛି । ଯାହାକୁ ଛାତ୍ରଛାତ୍ରୀମାନେ ମାଗଣାରେ ଡାଉନଲୋଡ୍‌ କରିପାରିବେ । ତେବେ ଏହି ପୋର୍ଟାଲକୁ ଗତ ଓଡ଼ିଶା ଗସ୍ତ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉନ୍ମୋଚନ କରିଥିଲେ । ଓଡ଼ିଆ ସମେତ ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶିତ ଏହି ପୋର୍ଟାଲ ଦ୍ୱାରା ଛାତ୍ରଛାତ୍ରୀମାନେ ମାତୃଭାଷାରେ ଶିକ୍ଷା ପାଇପାରିବେ । ଫଳରେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇବ । ରାଷ୍ଟ୍ରର ବିକାଶ ନିମନ୍ତେ ସେମାନେ ଉତ୍ସର୍ଗୀକୃତ ଭାବେ ଯୋଗ ଦେବେ ବୋଲି ରାଷ୍ଟ୍ରପତି କହିଥିଲେ ।