ଲଣ୍ଡନ : ପୃଥିବୀର କେନ୍ଦ୍ର ( Inner Core) ଘୂରିଥାଏ । ଗରମ ଓ କଠିନ ଲୁହାର ଆଭ୍ୟନ୍ତରୀଣ ସେଲ୍ , ଯେଉଁଥି ପାଇଁ ପୃଥିବୀର ମ୍ୟାଗ୍ନେଟିକ କ୍ଷେତ୍ର ଓ ମାଧ୍ୟାକର୍ଷଣ ବଳ ସୃଷ୍ଟି ହୋଇଥାଏ। ଏମିତି କେନ୍ଦ୍ରର ଗୋଟିଏ ଦିଗରେ ଘୂରିବା ଯୋଗୁଁ ହୋଇଥାଏ। ଯଦି ଏହି ଘୂର୍ଣ୍ଣନ କିଛି ସମୟ ବନ୍ଦ ରହେ ଏବଂ ଏହାପରେ ଅନ୍ୟ ଦିଗକୁ ବଦଳି ଯାଏ ତ କଣ ହେବ ସ୍ଥିତି। ପୃଥିବୀରେ କଣ ଭୟାନକ ଭୂକମ୍ପ ଆସିବ? ମାଧ୍ୟାକର୍ଷଣ ବଳ ଶେଷ ହୋଇଯିବ ? ମ୍ୟାଗ୍ନେଟିକ ଫିଲ୍ଡ ବଦଳି ଯିବ ?
{"width":671,"height":377}ବାସ୍ତବରେ ବୈଜ୍ଞାନିକ ଓ ଭୂକମ୍ପ ବୈଜ୍ଞାନିକମାନେ ମିଶି ଜାଣିଛନ୍ତି କି ପୃଥିବୀର କୋର୍ ( ମୂଳ) ନିଜର ବୁଲିବା ଦିଗର ପରିବର୍ତ୍ତନ କରିବା ପ୍ରସ୍ତୁତିରେ ରହିଛି। ଏହା ପୂର୍ବରୁ ସେ ଏକ ବ୍ରେକ୍ ନେବ। ଅର୍ଥାତ୍ ଘୂର୍ଣ୍ଣନ ରୋକିବ। ଏହାକୁ ନେଇ ନେଚର ଜିଓସାଇନ୍ସରେ ରିପୋର୍ଟ ପ୍ରକାଶିତ ହୋଇଛି। ପୃଥିବୀର କେନ୍ଦ୍ରର ଘୂର୍ଣ୍ଣନ ଉପର ପୃଷ୍ଠର ସ୍ଥିରତାକୁ ସ୍ଥିର କରିଥାଏ। କିନ୍ତୁ ଏହାର ଘୂର୍ଣ୍ଣନରେ ପାଖାପାଖି ୭୦ ବର୍ଷ ପରେ ପରିବର୍ତ୍ତନ ଆସିଥାଏ। ଏବେ ଏହି ପରିବର୍ତ୍ତନ ହେବାକୁ ଯାଉଛି। ପୃଥିବୀର କେନ୍ଦ୍ର ନିଜର ଘୂର୍ଣ୍ଣନ ଦିଗ ବଦଳାଇବାର ପ୍ରସ୍ତୁତିରେ ରହିଛି।
{"width":675,"height":379}ଏହାକୁ ଶୁଣି ଲାଗୁଛି ପୃଥିବୀ ଫାଟି ଯିବ। ପ୍ରଳୟ ଆସିବ। କିନ୍ତୁ ଏମିତି ନୁହେଁ । ଏହି ଘୂର୍ଣ୍ଣନର କିଛି ସେକେଣ୍ଡ ପାଇଁ ରହିବା ଓ ଅନ୍ୟ ଦିନରେ ବଦଳିବା ଦ୍ୱାରା ପୃଥିବୀର ପୃଷ୍ଠ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା ଏକ ମଡେଲ, ଯାହା ବୈଜ୍ଞାନିକମାନେ ଅନେକ ଅଧ୍ୟୟନ ପରେ କରିଛନ୍ତି। ଏହାକି ସେ ପୃଥିବୀ କେନ୍ଦ୍ରର ବାକି ଦୁନିଆ ସହ ସଂପର୍କକୁ ବୁଝିପାରିବେ। ବେଜିଂ ସ୍ଥିତ ପିକିଂ ୟୁନିଭର୍ସିଟିର ଭୂକମ୍ପ ବିଜ୍ଞାନୀ ଡା. ଜିୟାଓଡୋଙ୍ଗ ସଙ୍ଗ କହିଛନ୍ତି କି ଆମର ଗ୍ରହ ଭିତରେ ଏକ ଗ୍ରହ (ଭିତରର କେନ୍ଦ୍ର), ଏଥିପାଇଁ ଏହାର ଘୂର୍ଣ୍ଣନର ସୂଚନା ହେବା ଜରୁରୀ ।