ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭୂକମ୍ପ ଝଟକାରେ ଥରିଲା ତ୍ରିପୁରା, ତୀବ୍ରତା ୩.୬ ରେକର୍ଡ

Published By : Ankita S | November 25, 2024 10:01 AM

ଅଗରତାଲା,୨୫/୧୧: ଉତ୍ତର ତ୍ରିପୁରାରେ ଭୂକମ୍ପ ଝଟକା ଅନୂଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ ହୋଇଛି । ଆଜି(ସୋମବାର) ସକାଳୁ ସକାଳୁ ଉତ୍ତର ତ୍ରିପୁରାରେ ୩.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।

ଜାତୀୟ ସେସିମୋଲୋଜିର ସୂଚନାଅନୁସାରେ, ଉତ୍ତର ତ୍ରିପୁରାରେ ସମସ୍ତ ଜିଲ୍ଲା ଏହି ଭୂକମ୍ପ ହୋଇଛି । କୌଣସି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭୂକମ୍ପକୁ ନେଇ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ । ଛାନିଆରେ ଯିଏ ଯେଉଁଆଡେ ପାଇଥିଲେ ଦୌଡିବାକୁ ଲାଗିଥିଲେ । ଘରେ ଥିବା ଜିନିଷପତ୍ର ଦୋହଲିବାକୁ ଲାଗିଥିଲା ।  ତେବେ ରିପୋର୍ଟ ଲେଖା ଯିବା ସୁଦ୍ଧା ଭୂକମ୍ପରେ କୌଣସି ଧନଜୀବନ ହାନି ହୋଇନଥିବା ଜଣାପଡିଛି । ଏନସିଏସ ସୂଚନା ମୁତାବିକ ସୋମବାର ଭୋର ପ୍ରାୟ ୩ଟା ୫୬ମିନିଟରେ ୧୦ କିମି ଗଭୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.