ବଡ଼ବିଲ, ୨୧।୫ ; କେନ୍ଦୁଝର ଜିଲ୍ଲା ବଡ଼ବିଲ ପୁରୁଣା ବସ୍ ଷ୍ଟାଣ୍ଡରେ ଦୁର୍ବୃତ୍ତଙ୍କ ଆତଙ୍କ। ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ । ଗୁରୁତର ଯୁବକ ଜଣକ ହେଲେ ଗୌତମ ମହାପାତ୍ର । ସେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଗୌତମ ପୁରୁଲିଆ ଯିବା ପାଇଁ ବଡ଼ବିଲ ପୁରୁଣା ବସ୍ ଷ୍ଟାଣ୍ଡରେ ବସ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଚାନକ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ତାଙ୍କୁ ଲହୁଲୁହାଣ କରି ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି ।
ଗୁରୁତର ଅବସ୍ଥାରେ ଥିବା ଗୌତମଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତୁରନ୍ତ ମେଡିକାଲକୁ ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ପରିବାର ଲୋକେ ତାଙ୍କୁ ସାଙ୍ଗରେ ନେଇଯାଇଥିବା ସୂଚନା ମିଳିଛି । ଖବର ପାଇ ବଡ଼ବିଲ ପୋଲିସ ଘଟଣାର ଛାନଭିନ ଚଳାଇଛି। ରାତି ଅଧିଆରେ ସହରର ବଡ଼ବିଲ ପୁରୁଣା ବସ୍ ଷ୍ଟାଣ୍ଡରେ ଏଭଳି ଆକ୍ରମଣ ଓ ଲୁଟ୍ ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି ।
ଆହୁରି ପଢନ୍ତୁ : କାଳବୈଶାଖୀ ତାଣ୍ଡବ : ଟେଣ୍ଟ ସାମଗ୍ରୀ ତଳେ ଚାପି ହୋଇ ୩ ମୃତ, ଜଣେ ଗୁରୁତର