କେନ୍ଦୁଝର, ୨୬।୫ : ସିମେଣ୍ଟ ହେରଫେର ମାମଲାରେ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍  ଜଣେ ଅବସରପ୍ରାପ୍ତ କିରାଣୀଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ଦଶହଜାର ଟଙ୍କା ଜୋରିମାନା ରାୟ ଦେଇଛନ୍ତି।  ଜରିମାନା ଅନାଦେୟ ଆଉ ୪ ମାସ ଜେଲ ଦଣ୍ଡ ଭୋଗିବେ ବୋଲି ରାୟ ଶୁଣାଇଛନ୍ତି। କିରାଣୀ  ଜଣକ ହେଲେ ଶରତ ଚନ୍ଦ୍ର ନନ୍ଦ। ୨୦୦୫/୦୬ ମସିହାରେ ଚମ୍ପୁଆ ବ୍ଲକରେ ଶରତ ଚନ୍ଦ୍ର ନନ୍ଦ କିରାଣୀ ଥିବା ବେଳେ ୪୬୫୩୯୮ ଟଙ୍କାର ସିମେଣ୍ଟ ହେରଫେର ମାମଲାରେ ରାୟ ଶୁଣାଇଛନ୍ତି।  

ଶରତ ଚନ୍ଦ୍ର ନନ୍ଦ ନାମରେ ୨୦୧୩ ମସିହାରେ କେସ ରୁଜୁ କରିଥିବା ବେଳେ ଆଜି ସତର ଜଣ ସାକ୍ଷ୍ୟ ପ୍ରମାଣ ଆଧାରରେ ଏହି ରାୟ ଶୁଣାଇଛନ୍ତି ବିଚାରପତି।  ପ୍ରକାଶ ଯେ ଶରତ ଚନ୍ଦ୍ର ୫.୭.୨୦୦୪ ରୁ ୨୨.୬ ୨୦୦୬ ପର୍ଯ୍ୟନ୍ତ ଚମ୍ପୁଆ ବ୍ଲକରେ ସିନିୟର କ୍ଲର୍କ ଥିଲେ ଏବଂ ୩୦.୬.୨୦୦୯ ରେ ଅବସର ନେଇଥିଲେ। ସେ ଅବସରର ପାଞ୍ଚ ବର୍ଷ ପରେ ଭିଜିଲାନ୍ସ ବିଭାଗ ତାଙ୍କ ନାମରେ  ୫୨/୨୦୧୩  କେସ ରୁଜୁ କରିଥିଲା। 

​​​​​​​ଆହୁରି ପଢନ୍ତୁ : ପ୍ରକାଶ ପାଇଲା OAS ରେଜଲ୍ଟ , ବୁବୁନ ସାହୁ ଟପ୍ପର