PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ସୁକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ୪ ହାର୍ଡକୋର ମାଓବାଦୀ ନିହତ
  • ||
  • ସମ୍ଵଲପୁର : ମୌର୍ଯ୍ୟ ରେସିଡେନ୍ସରୁ ଚୋରି ଅଭିଯୋଗ, ସିସିଟିଭି ତାଡ଼ି ନେଇଗଲେ ଲୁଟେରା
  • ||
  • ଭୁବନ : ଚୋରା କୋଇଲା ବୋଝେଇ ୪୦୭ ଜବତ, ଡ୍ରାଇଭର୍ ଓ ହେଲପର ଗିରଫ
  • ||
  • କେନ୍ଦୁଝର : କେନ୍ଦୁଝର ରାଜ ଉଆସରୁ ୨ଟି ବିରାଟକାୟ ଅଜଗର ସାପ ଉଦ୍ଧାର
  • ||

ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ- ଏନସିଆରରେ ଆଜି ସନ୍ଧ୍ୟାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରେକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି। ଏହି ଝଟକା ସ୍ବଳ୍ପ ସମୟ ପାଇଁ ଥିଲା, ତେଣୁ କାହାରି କିଛି କ୍ଷୟ କ୍ଷତି ହୋଇ ନାହିଁ। ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ଥାନର ହିନ୍ଦୁକୃଷ କ୍ଷେତ୍ର ବୋଲି କୁହାଯାଉଛି। ଭୂକମ୍ପ କେନ୍ଦ୍ର ଆଫଗାନିସ୍ଥାନର ହିନ୍ଦୁକୃଷ ପବର୍ତ ଥିବାରୁ ଆଫଗାନିସ୍ଥାନ, ପାକିସ୍ଥାନ ଓ ପୂର୍ବ ଉଜବେକିସ୍ତାନରେ ବି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଘର, ଅଫିସ ଓ ଦୋକାନ ଭିତରୁ ଲୋକମାନେ ଦୈାଡ଼ି ଦୈାଡ଼ି ବାହାରକୁ ବାହରି ଯାଇଥିଲେ। କୈାଣସି ପ୍ରକାର କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର