ଶ୍ରୀନଗର,୨୧।୮: ଜମ୍ମୁ କାଶ୍ମୀରରେ କୁପୱାଡାରେ ଭୂମିକମ୍ପ। ମଧ୍ୟାହ୍ନ ୧ଟା ୪୧ ମିନିଟ୍ରେ ଆସିଥିବା ଭୂକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୩.୫ ଥିଲା। ଯଦିଓ ଅଧିକ ତୀବ୍ରତାର ନଥିଲା କିନ୍ତୁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲ ଆସିଥିଲେ। ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତିର ଖବର ନାହିଁ। ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିରୁ ପାଞ୍ଚ କିଲୋମିଟର ତଳେ ଥିଲା। ଏହା ଲଗାତାର ଦୁଇ ଦିନରେ ଦ୍ୱିତୀୟ ଭୂମିକମ୍ପ, ଯାହା ଜମ୍ମୁ କାଶ୍ମୀରର ଲୋକମାନଙ୍କୁ ଭୟଭୀତ କରିଛି।
EQ of M: 3.5, On: 21/08/2025 13:41:33 IST, Lat: 34.68 N, Long: 74.39 E, Depth: 5 Km, Location: Kupwara, Jammu and Kashmir.
— National Center for Seismology (@NCS_Earthquake) August 21, 2025
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/zgTwoTpHNn
ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗତକାଲି ଡୋଡା ଜିଲ୍ଲାରେ ୩.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାକି ଭୋର ୩ଟା ୨୭ ମିନିଟ୍ରେ ଆସିଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ବର୍ତ୍ତମାନ ରିପୋର୍ଟ ନାହିଁ। ଭୂକମ୍ପ ତଥ୍ୟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଡୋଡା ଅଞ୍ଚଳରେ ଭୂପୃଷ୍ଠରୁ ପାଞ୍ଚ କିଲୋମିଟର ତଳେ ରହିଥିଲା।