ତୁର୍କୀରେ ୭.୫ ତିବ୍ରତାରେ ଶକ୍ତିଶାଳୀ ଭୂକମ୍ପ; ଭାଙ୍ଗିପଡ଼ିଲା ଅଟ୍ଟାଳିକା, ସିରିୟା ପର୍ଯ୍ୟନ୍ତ ଥରିଉଠିଲା ମାଟି

ନୂଆଦିଲ୍ଲୀ,୦୬/୦୨: ତୁର୍କୀରେ ଭୂମିକମ୍ପର ଝଟ୍କା। ନୁର୍ଦଗୀ ଠାରୁ ୨୩ କିଲୋମିଟର ପୂର୍ବରେ ଏହି ଭୂମିକମ୍ପ ଅନୁଭବ କରାଯାଇଥିବା ବେଳେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତିବ୍ରତା ୭.୫ ମପାଯାଇଛି। ତେବେ ଏଥିରେ ବ୍ୟାପକ କ୍ଷୟକ୍ଷତି ନହୋଇଥିଲେ ବି କିଛି କୋଠା ଭାଙ୍ଗିଥିବା ସୂଚନା ମିଳୁଛି।
ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ବିଭାଗର ରିପୋର୍ଟ ମୁତାବକ, ସୋମବାର ସକାଳେ ଦକ୍ଷିଣ ତୁର୍କୀର ଗଜିୟାଣ୍ଟେପରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳୀରେ ନୁଗର୍ଦ ଠାରୁ ୨୩ କିଲୋମିଟର ଦୂରରେ ରହିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୭କିଲୋମିଟର ଗଭୀରତାରେ ରହିଛି ।
ଭୂମିକମ୍ପର ଝଟ୍କା ସିରିୟା ପର୍ଯ୍ୟନ୍ତ ଅନୁଭବ କରାଯାଇଥିବା କୁହାଯାଇଛି। ଭୁମିକମ୍ପର ପ୍ରଭାବ ଏତେ ଥିଲା ଯେ, ଏଥିରେ ତୁର୍କିଏ ଏବଂ ସିରିଆରେ କିଛି କୋଠା ଭାଙ୍ଗିଥିବା ଦେଖିବାକୁ ମିଳିଥିଲା।
ଏହି ଖବର ମଧ୍ୟ ପଢ଼ନ୍ତୁ: ଚିନ୍ତା ବଢ଼ାଉଛି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ; ଦେଶର ୩୧୧ ଜାଗାରେ ପ୍ରଦୁଷିତ ହେଉଛି ୨୭୯ ନଦୀ
