PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଦକ୍ଷିଣ ଇରାନରେ ୬.୩ ତୀବ୍ରତାରେ ଭୂକମ୍ପ: ୫ ମୃତ , ୪୪ ଆହତ

ନୂଆଦିଲ୍ଲୀ,୨।୭: ଦକ୍ଷିଣ ଇରାନରେ ଶନିବାର ୬.୩ ତୀବ୍ରତାରେ ଭୂକମ୍ପ ଆସିଛି। ଏହି ଭୂକମ୍ପ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି, ସେଭଳି ୪୪ ଜଣ ଆହତ ହୋଇଥିବାର ଖବର ମିଳିଛି। ଇରାନର ସରକାରୀ ଟେଲିଭିଜନ୍ ଚ୍ୟାନେଲ କହିଛି ଯେ, ଭୂକମ୍ପର କେନ୍ଦ୍ର ରାଜଧାନୀ ତେହରାନଠାରୁ ପ୍ରାୟ ୧୦୦୦ କିଲୋମିଟ ଦୂର ଦକ୍ଷିଣରେ ଥିବା ସାହେୟ ଖୋଶ୍‌ ଗାଁ ଥିଲା। ଭୂକମ୍ପ ପରେ ଗାଁରେ ଉଦ୍ଧରକାରୀ ଦଳକୁ ମୁତୟନ କରାଯାଇଛି। ହୋରମୋରଜଗାନା ପ୍ରଦେଶର ଏହି ଗାଁରେ ପ୍ରାୟ ୩୦୦ ଲୋଗ ରୁହନ୍ତି। ଏହି ଅଞ୍ଚଳରେ ଭୋର ସମୟରେ ଭୂକମ୍ପ ପରେ ଝଟକା ଅନୁଭୂତ ହୋଇଥିଲା, ଯାହାଫଳରେ ବହୁ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଯାଇଛି। ଚ୍ୟାନେଲର ସୂଚନା ଅନୁସାରେ, ଭୂକମ୍ପର ଝଟକା ବହୁ ପଡୋଶୀ ଦେଶରେ ମଧ୍ୟ ଅନୁଭବ କରାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଅଞ୍ଚଳରେ ନିକଟରେ ସପ୍ତାହରେ ଭୂକମ୍ପର ବହୁ ମାମୁଲି ଝଟକା ଦେଖିବାକୁ ମିଳିଛି। ଏହା ପୂର୍ବରୁ ନଭେମ୍ବରରେ ଏହି ଅଞ୍ଚଳରେ ୬.୪ ଓ ୬.୩ ତୀବ୍ରତାରେ ଭୂକମ୍ପ ଆସିଥିଲା। ଏହି କାରଣରୁ ସେତେବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଉଲ୍ଲେଖନୀୟ ଯେ, ଭୂକମ୍ପ କାରଣରୁ ଇରାନ ଖୁବ୍ ସମ୍ବେଦନଶୀଳ ଅଞ୍ଚଳ। ଏଠାରେ ସବୁବେଳେ ଭୂକମ୍ପ କାରଣରୁ ଇରାନ ଖୁବ୍ ସମ୍ବେଦନଶୀଳ  ଅଞ୍ଚଳ।  ଏଠାରେ ସବୁବେଳେ ଭୂକମ୍ପ ଆସିଥାଏ। ଐତିହାସିକ ସହର ବାମ୍‌ରେ ୨୦୦୩ ରେ ୬.୬ ତୀବ୍ରତାରେ ଭୂକମ୍ପ ଆସିଥିଲା, ଯେଉଁଥିରେ ୨୬,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ୨୦୧୭ ରେ ପଶ୍ଚିମ ଇରାନରେ ଆସିଥିବା ୭ ତୀବ୍ରତାରେ ଭୂକମ୍ପରେ ୬୦୦ରୁ ଅଧିକ ଲୋକଙ୍କର ଜୀବନ ଚାଲି ଯାଇଥିଲା, ସେଭଳି ୯୦୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।