ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଅଧିକ ଅଞ୍ଜିର୍‌ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ଗମ୍ଭୀର ରୋଗକୁ ଦେଇପାରେ ନିମନ୍ତ୍ରଣ...

Published By : Harapriya Sethi | March 17, 2025 7:48 AM

ଅଞ୍ଜିର୍‌ ହେଉଛି ଫିକସ୍ ଗଛର ଫଳ ଏବଂ ଏହା ଶରୀର ପାଇଁ ବେଶ୍‌ ଉପକାରୀ । ଆଶ୍ଚର୍ଯ୍ୟର କଥା ଯେ, ଅଞ୍ଜିର୍‌  ଏବଂ ଏହାର ପତ୍ରରେ ତମ୍ବା ଏବଂ ଭିଟାମିନ୍ ବି୬ ଭଳି ଜରୁରୀ ପୋଷକ ତତ୍ତ୍ୱ ଭରପୁର ହୋଇ ରହିଛି । ଯାହା ଅନେକ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଲାଭ ପ୍ରଦାନ କରିଥାଏ । ଏହି ଅଞ୍ଜିର୍‌ ଯଦି ଅଧିକ ପରିମାଣରେ ଖିଆଯାଏ, ତେବେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ  ମିଳିପାରେ । ଏଥିରେ ପାଚନ ସମସ୍ୟା, ଆଲର୍ଜି ଅନ୍ତର୍ଭୁକ୍ତ। ପାଚନ ସମସ୍ୟାରେ ପେଟ ଫୁଲିବା, ଗ୍ୟାସ୍‌ କିମ୍ବା ଝାଡ଼ା ସୃଷ୍ଟି କରିପାରେ।

ପେଟ ଯନ୍ତ୍ରଣା-

ଅଞ୍ଜିର୍‌ରେ ଥିବା ଅଧିକ ପରିମାଣର ଚିନି ପେଟ ଯନ୍ତ୍ରଣାର କାରଣ ହୋଇପାରେ । କୁଣ୍ଡାଇ ହେବା କିମ୍ବା ଫୁଲିବା କିଛି ଲୋକଙ୍କୁ ଅଞ୍ଜିର୍‌ ପ୍ରତି ଆଲର୍ଜି ହୋଇପାରେ । ବିଶେଷକରି ଯଦି ଏହା ସମ୍ପୂର୍ଣ୍ଣ ପାଚି ନଥାଏ, ତେବେ ଶରୀରରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ। ନିଶ୍ୱାସ ନେବାରେ କଷ୍ଟ କିମ୍ବା ଶରୀରରେ ଫୋଟକା ହେବା ସହ କିଛି ଲୋକ ଏହି ଫଳକୁ ଖାଇବା ପରେ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରିପାରନ୍ତି । ଏଥିରେ ଥିବା ଭିଟାମିନ୍‌ କେ ରକ୍ତକୁ ଅତ୍ୟଧିକ ପତଳା କରିପାରେ । 

କ୍ୟାଲସିୟମ୍‌ ଅବଶୋଷଣ-

ଅଞ୍ଜିର୍‌ରେ ଥିବା ଥିବା ଅକ୍ସାଲେଟର ଅଧିକ ପରିମାଣ ଶରୀରରେ କ୍ୟାଲସିୟମ ଅବଶୋଷଣକୁ ପ୍ରଭାବିତ କରିପାରେ । ଏହାକୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ନିୟନ୍ତ୍ରଣରେ ରହିଥାଏ ଏବଂ ଶରୀରକୁ କ୍ୟାଲସିୟମ, ପୋଟାସିୟମ, ତମ୍ବା, ଫସଫରସ୍, ମାଙ୍ଗାନିଜ୍ ଏବଂ ମ୍ୟାଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ।

ଯାହାଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ। ଅଞ୍ଜିର୍‌ ହେଉ କିମ୍ବା ଅନ୍ୟ କୌଣସି ଶୁଖିଲା ଫଳ, ଏହା ଶରୀରର ଅନେକ ସମସ୍ୟାକୁ ଦୂର କରେ। କିନ୍ତୁ ଅନ୍ୟପକ୍ଷରେ, କିଛି ଲୋକ ଏହାକୁ ଖାଇବାରୁ ଦୂରେଇ ରହିବା ଉଚିତ । କାରଣ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ଆସନ୍ତୁ ଜାଣିବା କେଉଁ ଲୋକମାନେ ଅଞ୍ଜିର୍‌ ଖାଇବା ଉଚିତ୍ ନୁହେଁ?

କେଉଁ ବ୍ୟକ୍ତିମାନେ ଅଞ୍ଜିର୍‌ ଖାଇବା ଅନୁଚିତ୍‌-

ଆଲର୍ଜି ସମସ୍ୟା: ଯେଉଁମାନଙ୍କର କୌଣସି ପ୍ରକାରର ଆଲର୍ଜି ରହିଛି, ସେମାନେ ଅଞ୍ଜିର୍‌ ଖାଇବା ଉଚିତ୍ ନୁହେଁ । ଯଦି ଆପଣଙ୍କର ଖାଇବାକୁ ଇଚ୍ଛା ହୁଏ, ତେବେ ଖୁବ୍‌ କମ୍ ପରିମାଣର ଖାଇବା ଉଚିତ୍ କାରଣ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। 

ମଧୁମେହ ରୋଗୀ: ଅଞ୍ଜିର୍‌ରେ ପ୍ରାକୃତିକ ଶର୍କରା ରହିଥାଏ । ଯଦି ଏହାକୁ ଅଧିକ ପରିମାଣରେ ସେବନ କରାଯାଏ, ତେବେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହୋଇଥାଏ । ତେଣୁ ମଧୁମେହ ରୋଗୀମାନେ ଅଞ୍ଜିର୍‌ ଭଳି ଶୁଖିଲା ଫଳ ଖାଇବାକୁ କମ୍‌ କରିବା ଉଚିତ୍ । 

ପେଟ ଗ୍ୟାସ୍‌ ସମସ୍ୟା: ଯେଉଁମାନଙ୍କର ଗ୍ୟାସ୍‌ ସମସ୍ୟା ରହିଛି, ସେମାନେ ମଧ୍ୟ ଅଞ୍ଜିର୍‌ ଖାଇବାରୁ ଦୂରେଇ ରହିବା ଉଚିତ୍‌ । କାରଣ ଏହା ଗ୍ୟାସ୍‌ ସମସ୍ୟା ସୃଷ୍ଟି କରିପାରେ। ବିଶେଷକରି ଯେଉଁମାନଙ୍କର ଗ୍ୟାସ୍ କିମ୍ବା ପେଟ ଫୁଲିବାର ସମସ୍ୟା ରହିଛି, ସେମାନେ ଏହାକୁ ଏଡାଇବା ଉଚିତ୍‌।

ଅସ୍ତ୍ରୋପଚାର: ଯଦି ଆପଣଙ୍କର ବର୍ତ୍ତମାନ ଅସ୍ତ୍ରୋପଚାର ହୋଇଛି, ତେବେ ଆପଣଙ୍କୁ ଡ୍ରାଏ ଫ୍ରୁଟ୍ସ ଯେପରିକି ଅଞ୍ଜିର୍‌ ଖାଇବାରୁ ଦୂରେଇ ରହିବା ଉଚିତ୍‌ । ରକ୍ତ ପତଳା କରିବା ଔଷଧ ସହିତ ଅଞ୍ଜିର୍‌ ପ୍ରତିକ୍ରିୟା କରିପାରେ। 

ଯକୃତ ରୋଗ: ଯଦି ଆପଣ କୌଣସି ପ୍ରକାରର ଯକୃତ ରୋଗରେ ପୀଡିତ, ତେବେ ଭୁଲ୍‌ରେ ମଧ୍ୟ ଅଞ୍ଜିର୍‌ ଖାଇବା ଉଚିତ୍ ନୁହେଁ । ଏହା ଯକୃତର କାର୍ଯ୍ୟକୁ ଧୀର କରିବା ସହିତ ଯକୃତ ସମ୍ବନ୍ଧୀୟ ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.