ଭୂମିକମ୍ପରେ ଥରିଲା ଇକ୍ୟୁଏଡୋର ଓ ପେରୁ, ୧୪ ଜଣଙ୍କ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ ୧୯/୦୩: ଭୂମିକମ୍ପରେ ଥରିଲା ଦକ୍ଷିଣ ଆମେରିକା ଦେଶ ଇକ୍ୟୁଏଡୋର ଓ ପେରୁ । ଶନିବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପର୍ଯ୍ୟନ୍ତ ୧୪ଜଣ ପ୍ରାଣ ହରାଇଲେଣି । ୧୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
Earthquake of Magnitude:6.6, Occurred on 18-03-2023, 22:42:47 IST, Lat: -2.58 & Long: -79.76, Depth: 10 Km ,Location: 45km SSE of Guayaquil, Ecuador for more information Download the BhooKamp App https://t.co/r0P8J3UQBU @ndmaindia @Indiametdept @DDNewslive @Dr_Mishra1966 pic.twitter.com/cisA5uGzdg
— National Center for Seismology (@NCS_Earthquake) March 18, 2023
ଆମେରିକା ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ସୂଚନା ମୁତାବକ, ଶନିବାର ଦକ୍ଷିଣ ଇକ୍ୟୁଏଡୋର ଓ ପେରୁ ଭୂମିକମ୍ପ ଅନୁଭୂତ ହୋଇଛି । ଇକ୍ୟୁଏଡୋରର ଉପକୂଳବର୍ତ୍ତୀ ଅଞ୍ଚଳ ଗୁୟାସ୍ କ୍ଷେତ୍ରରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହା ତିବ୍ରତା ୬.୮ ରହିଛି । ଗୁଆୟାକିଲ୍ ସହର ଠାରୁ ୮୦ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି
ଶକ୍ତିଶାଳୀ ଭୂମିକମ୍ପରେ ବ୍ୟାପକ ପରିମାଣରେ ଧନ ଜୀବନ ନଷ୍ଟ ହୋଇଛି । ବର୍ତ୍ତମାନ ସୁଧା ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୬ ଆହତ ହୋଇଛନ୍ତି । ଭୂମିକମ୍ପରେ ବଡ଼ ବଡ଼ ବିଲ୍ଡିଂ ସବୁ ଭୂଶୁଡ଼ି ପଡ଼ିଛି । ଫଳରେ ମାଟି ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଜଣାପଡ଼ିଛି । ସେହିପରି ପେରୁ ମଧ୍ୟ ଭୂମିକମ୍ପ ଝଟକା ଲାଗିଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରିଖିଛନ୍ତି । ଭୂମିକମ୍ପ ପରେ ଇକ୍ୟୁଏଡୋର ରାଷ୍ଟ୍ରପତି ଟ୍ବିଟ୍ କରି ଧର୍ଯ୍ୟ ନହରାଇବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ।