PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ନିଲମ୍ବିତ ଆଇଏଏସ୍ ପୂଜା ସିଙ୍ଘଲଙ୍କ ୮୨ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ସଲଗ୍ନ କଲା ED, ମନରେଗା ଦୁର୍ନୀତି ମାମଲାରେ ଅଛନ୍ତି ସମ୍ପୃକ୍ତ…

ନୂଆଦିଲ୍ଲୀ: ମନରେଗା (MGNREGA) ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ବନ୍ଦୀ ଥିବା ନିଲମ୍ବିତ ଆଇଏଏସ୍ ପୂଜା ସିଙ୍ଘଲଙ୍କ ସମ୍ପତ୍ତିକୁ ନେଇ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିଙ୍ଘଲଙ୍କ ରାଞ୍ଚିରେ ଥିବା ୮୨.୭୭ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତିକୁ ସ୍ଥାୟୀ ଭାବରେ ସଂଲଗ୍ନ କରିଛି ଇଡି । ଏହି ସମ୍ପତ୍ତି ଗୁଡିକରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ, ଗୋଟିଏ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଏବଂ ଦୁଇଟି ଲ୍ୟାଣ୍ଡ ସାମିଲ ଅଛି । ଏହା ବ୍ୟତୀତ ସିଙ୍ଘଲଙ୍କ ସ୍ୱାମୀ, ତାଙ୍କ ଆକାଉଣ୍ଟାଣ୍ଟ ଏବଂ ଚାରିଜଣ ଜୁନିୟର ଇଞ୍ଜିନିୟର ମଧ୍ୟ ଇଡି ରାଡାରରେ ଅଛନ୍ତି ।

ଯେଉଁ ମନରେଗା ଘୋଟାଲା ମାମଲାରେ ନିଲମ୍ବିତ ହୋଇ ଆଇଏଏସ୍ ପୂଜା ସିଙ୍ଘଲ ଜେଲରେ ଅଛନ୍ତି, ତାହା ଝାଡଖଣ୍ଡର ଖୁଣ୍ଟି ଜିଲ୍ଲା ସହ ଜଡିତ । ସ୍କାମ ସମୟରେ ପୂଜା ଡେପୁଟି କମିଶନର ଭାବରେ ନିଯୁକ୍ତ ଥିଲେ । ପୂଜାଙ୍କ ଉପରେ ଅଭିଯୋଗ ରହିଛି ଯେ ମନରେଗା ଯୋଜନାର ଟଙ୍କା କୌଣସି କାମ ନକରି ଉଠାଯାଇଛି । ଯଦିଓ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପରେ ପୂଜାଙ୍କୁ ଏକ କ୍ଲିନ୍ ଚିଟ୍ ଦେଇଛନ୍ତି । ଆଉ ଯେତେବେଳେ ପୂଜା ସିଙ୍ଘଲଙ୍କୁ ଏହି କ୍ଲିନ ଚିଟ୍ ଦିଆଯାଇଥିଲା, ସେତେବେଳେ ଝାଡଖଣ୍ଡରେ ରଘୁବର ଦାସଙ୍କ ସରକାର ଥିଲା ।

ଇଡିର ଯାଞ୍ଚ ସମୟରେ ପୂଜା ସିଙ୍ଘଲଙ୍କ ପାଖରେ ଆୟଠାରୁ ଅଧିକ ସମ୍ପତ୍ତି ଥିଲା । ମେ ୬ ରେ, ମନରେଗା (MNREGA) ଘୋଟାଲା ସଂପର୍କରେ ଇଡି ପୂଜା ସିଙ୍ଗଲ ଏବଂ ତାଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରାୟ ୨୫ ଟି ସ୍ଥାନ ଉପରେ ଚଢାଉ କରିଥିଲା । ଏହି ଘଟଣାରେ ପୂଜାଙ୍କୁ ୧୧ ମଇରେ ଗିରଫ କରାଯାଇଥିଲା । ପରେ ତାଙ୍କୁ ୨୫ ମେରେ ଜେଲକୁ ପଠାଯାଇଥିଲା । ପରେ ତାଙ୍କର ଅସୁସ୍ଥତା ହେତୁ ୨୭ ସେପ୍ଟେମ୍ବରରେ RIMS ରେ ଭର୍ତ୍ତି କରାଯାଇଥିଲା । ତେବେ ୨୭ ନଭେମ୍ବରରେ ତାଙ୍କୁ ପୁଣି ଜେଲ ପଠାଯାଇଥିଲା ।

ସମ୍ବନ୍ଧିତ ଖବର