ନୂଆଦିଲ୍ଲୀ: ସାଓମୀ ଟେକ୍ନୋଲୋଜୀ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ ଅଭିଯୋଗ କରି ଇଡି ସାଓମୀର ବଡ଼ ବଡ଼ ଅଧିକାରୀ ଯଥା ସିଏଫ୍ଓ ତଥା ନିର୍ଦ୍ଦେଶକ ସମୀର ରାଓ, ପୂର୍ବତନ ଏମ୍ଡି ମନୁ ଜୈନ୍ଙ୍କ ସମେତ ଓ ୩ଟି ବିଦେଶୀ ବ୍ୟାଙ୍କକୁ ମଧ୍ୟ ନୋଟିସ୍ ଦେଇଛି। ଅଭିଯୋଗ ଅନୁସାରେ, ସାଓମୀ ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ କରି ୫୫୫୧.୨୮ କୋଟି ଟଙ୍କାର କାରବାର କରିଛି।
ଏନେଇ ଇଡି ପ୍ରତିକ୍ରିୟା ଦେଇ କହିଛି ଯେ ଫରେନ ଏକ୍ସଚେଞ୍ଜ୍ ମ୍ୟାନେଜ୍ମେଣ୍ଟ ଆକ୍ଟ(ଫେମା) ନିୟମ ଅନୁସାରେ ନ୍ୟାୟିକ ପ୍ରାଧିକରଣ ସାଓମୀ ଟେକ୍ନୋଲୋଜୀ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍, ସିଟି ବ୍ୟାଙ୍କ, ଏଚ୍ଏସ୍ବିସି ବ୍ୟାଙ୍କ୍ ଓ ଡ୍ୟୁଚ୍ ବ୍ୟାଙ୍କ ଏଜି(Deutsche Bank AG)କୁ ନୋଟିସ୍ କରିଛି। ପୂର୍ବରୁ ଇଡି ବେଆଇନ ନେଣଦେଣ ଅଭିଯୋଗ କରି ସାଓମୀ ଆକାଉଣ୍ଟରେ ଥିବା ୫,୫୫୧.୨୭ କୋଟି ଜବତ କରିନେଇଥିଲା। .
{"id":585167,"sizeSlug":"full","linkDestination":"none"}
ପଢ଼ନ୍ତୁ: ଭଞ୍ଚକଳା ମଣ୍ଡପରେ ଟଳି ପଡ଼ିଲେ ଭାରତନାଟ୍ୟମ୍ ନୃତ୍ୟଗୁରୁ ଶ୍ରୀଗଣେଶନ; କ୍ୟାପିଟାଲ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର
ଫେମା ଧାରା ୩୭ ଏ ଅନୁସାରେ ଏହି ରାଶି ଜବତ କରାଯାଇଥିଲା। ଇଡିର କହିବା ମୁତାବକ ୫,୫୫୧.୨୭ କୋଟି ଟଙ୍କା ମୂଲ୍ୟରେ ବିଦେଶୀ ମୁଦ୍ରାକୁ ସାଓମୀ ଇଣ୍ଡିଆ ଦ୍ୱାରା ବେଆଇନ ଭାବେ ଭାରତରୁ ବାହାରକୁ ପଠାଯାଇଛି। ଏଥିରେ ଆଇନ୍ର ଉଲ୍ଲଂଘନ ହୋଇଛି।
wp:html/wp:htmlThe Adjudicating Authority has issued SCN to Xiaomi Technology India Private Limited, its officials and 3 banks under FEMA on the basis of complaint filed by the ED with respect to illegal remittances made by the company to the tune of Rs.5551.27 Crore.
— ED (@dir_ed) June 9, 2023
ଫେମାର ଧାରା ୩୭ଏରେ ଥିବା ପ୍ରବଧାନୀ ଅନୁସାରେ ଟଙ୍କାଗୁଡ଼ିକୁ ଜବତ କରାଯାଇପାରିବ। ଏହି ଘଟଣାରେ ତଦନ୍ତ କରିସାରିବା ପରେ ଇଡି ନୋଟିସ୍ ଜାରି କରିଛି। ଦୋଷ ପ୍ରମାଣିତ ହେଲେ କମ୍ପାନୀକୁ ଭାରତ ସରକାରଙ୍କ ଦଣ୍ଡ ବିଧାନ ଅନୁସାରେ ଦଣ୍ଡ ଭୋଗିବାକୁ ପଡ଼ିବ। ପିଟିଆଇକୁ ସୂଚନା ଦେଇ କହିଛନ୍ତି ଇଡି ଅଧିକାରୀ।
You can also read: WTC ଫାଇନାଲ୍: ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ଭାରତ; ୧୭୩ ରନ୍ ଆଗରେ ଅଷ୍ଟ୍ରେଲିଆ