PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ମନି ଲଣ୍ଡରିଂ ମାମଲା: ରବର୍ଟ ଭଦ୍ରାଙ୍କୁ ୪ ଘଣ୍ଟା ଜେରା

source:www.india.com

ନୂଆଦିଲ୍ଲୀ,୬ ।୨(ଏଜେନ୍ସି): ମନି ଲଣ୍ଡରିଂ ସହ ଜଡ଼ିତ ଏକ ମାମଲାରେ ଜେରା ପାଇଁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହୋଇଛନ୍ତି । ତାଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରାଯାଇଥିଲା । ତେବେ ଲଣ୍ଡନରେ ସଂପତ୍ତି କିଣିବା ଓ ଅସ୍ତ୍ର ବ୍ୟବସାୟୀ ସଂଜୟ ଭଣ୍ଡାରୀଙ୍କ ସହ ସଂପର୍କକୁ ସେ ଅସ୍ୱୀକାର କରିଛନ୍ତି । ରିପୋର୍ଟ ଅନୁସାରେ ଭଦ୍ରା ଆଜି ୩.୪୭ ମିନିଟ୍‌ରେ ଇଡିର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପତ୍ନୀ ପ୍ରିୟଙ୍କା ଗାନ୍ଧୀ ତାଙ୍କ ସହିତ ଆସିଥିଲେ ମଧ୍ୟ ଗେଟ୍‌ରୁ ଫେରି ଯାଇଥିଲେ । ସନ୍ଦିଗ୍ଧ ଆର୍ଥିକ ଅନିୟମିତତା ମାମଲାରେ ଭଦ୍ରା କୌଣସି ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହେବାର ଏହା ପ୍ରଥମ ଘଟଣା । ଶନିବାର ଦିଲ୍ଲୀର ଏକ କୋର୍ଟ ଏହି ମାମଲାରେ ଭଦ୍ରାଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ । କୋର୍ଟ ତାଙ୍କୁ ଫେବ୍ରୃୟାରୀ ୧୬ ତାରିଖ ଯାଏ ଗିରଫଦାରିରୁ ଆଶ୍ୱସ୍ତି ପ୍ରଦାନ କରିଥିଲେ । ସେହିପରି ଇଡିର ତଦନ୍ତରେ ସହଯୋଗ କରିବାକୁ ତାଙ୍କୁ ନିର୍ଦ୍ଦେଶ ମିଳିଥିଲା ।
ସୂଚନାଥାଉକି,ଲଣ୍ଡନର ବ୍ରାୟନ୍‌ଷ୍ଟନ୍‌ ସ୍କେୟାରରେ ୧୯ ଲକ୍ଷ ପାଉଣ୍ଡ (ପ୍ରାୟ ୧୭ କୋଟି ଟଙ୍କା) ମୂଲ୍ୟର ଏକ ସଂପତ୍ତି କ୍ରୟକୁ ନେଇ ଭଦ୍ରାଙ୍କ ବିରୋଧରେ ଏହି ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଛି । ସେହି ସଂପତ୍ତିର ଅସଲି ମାଲିକ ଭଦ୍ରା ବୋଲି ଇଡି ଦାବି କରିଛି । ଇଡି ଅନୁସାରେ ଫେରାର ଥିବା ଅସ୍ତ୍ରଶସ୍ତ୍ର ବ୍ୟାପାରୀ ସଞ୍ଜୟ ଭଣ୍ଡାରୀ ସେହି ସମ୍ପତ୍ତିକୁ ୧୬ କୋଟି ୮୦ ଲକ୍ଷ ଟଙ୍କାରେ କିଣିଥିଲା । ତାର ମରାମତିରେ ୬୫,୯୦୦ ପାଉଣ୍ଡ ଅତିରିକ୍ତ ଅର୍ଥ ଖର୍ଚ୍ଚ ହେବା ପରେ ମଧ୍ୟ ଭଣ୍ଡାରୀ ୨୦୧୦ରେ ତାକୁ ସେହି ଦାମ୍‌ରେ ଭଦ୍ରାଙ୍କର ଏକ ଫାର୍ମକୁ ବିକ୍ରି କରିଥିଲା । ଏଥିରୁ ସ୍ପଷ୍ଟ ହେଉଛି ଯେ ଭଣ୍ଡାରୀ ସେହି ସମ୍ପତ୍ତିର ପ୍ରକୃତ ମାଲିକ ନୁହେଁ । ଭଦ୍ରାଙ୍କୁ ଫାଇଦା ପହଞ୍ଚାଇବା ପାଇଁ ସେ ଏହି ବୁଝାମଣା କରିଥିଲା ବୋଲି ଇଡି ଦର୍ଶାଇଛି ।

ସମ୍ବନ୍ଧିତ ଖବର