ନୂଆଦିଲ୍ଲୀ,୦୫/୧୨: ଆଇଏସ ସଂଞ୍ଜୀବ ହଂସଙ୍କ ବଢିବାରେ ଲାଗିଛି ଅଡ଼ୁଆ। ମନି ଲଣ୍ଡରିଂ ମାମଲାରେ ପୁଣି ଇଡ଼ିର ଚଢ଼ାଉ । ବିହାର ଆଇଏସ ସଂଞ୍ଜୀବ ହଂସଙ୍କ ଘରେ ଚଞାଉ କରିଛି ଇଡି। ଦିଲ୍ଲୀ, ଗୁରୁଗାଓଁ, କୋଲକାତା, ଜୟପୁର ଏବଂ ନାଗପୁରର ୧୩ଟି ସ୍ଥାନରେ ହୋଇଛି ଚଢାଉ । ଏଥିସହ ତାଙ୍କର ଘନିଷ୍ଠ ସହଯୋଗୀ ତଥା ରିଅଲ୍ ଇଷ୍ଟେଟ୍ ଏବଂ ସେବା କ୍ଷେତ୍ରରେ ସାମିଲ ଅନ୍ୟ ଠିକଣାରେ ବି ଚଢାଉ ହୋଇଛି ।
ତେବେ ଇଡ଼ି ଯାଞ୍ଚରୁ ଜଣାପଡିଛି ଯେ, ସଂଞ୍ଜୀବ ହଂସ ବିହାରରେ ବିଭିନ୍ନ ମହତ୍ତ୍ବପୂର୍ଣ୍ଣ ପଦବୀରେ ଥିବାବେଳେ ସେ ବିଭିନ୍ନ ଦୁର୍ନୀତି କରି ଟଙ୍କା ରୋଜଗାର କରୁଥିଲେ । ଯାହାକୁ ଗୁଲାବ ଯାଦବ ଏବଂ ଅନ୍ୟ ସହଯୋଗୀ ତାଙ୍କୁ ସାହାଯ୍ୟ କରିଥିଲେ । ଏନେଇ ଗତକାଲି ୧୩ଟି ସ୍ଥାନରେ ଇଡ଼ି ଚଢାଉ କରିଛି । ଏହି ଚଢାଉରେ ସଞ୍ଜୀବ ହଂସଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ପରିବାର ସଦସ୍ୟଙ୍କ ନୂତନ ଖୋଲାଯାଇଥିବା ଡିମାଟ ଆକାଉଣ୍ଟରେ ୬୦ କୋଟି ଟଙ୍କା ମୂଲ୍ୟର ସେୟାର ମିଳିଛି। ଏଥିସହ ତାଙ୍କ ଘର ଭିତରୁ ୭୦ଟି ବ୍ୟାଙ୍କ ଆକାଉଣ୍ଟ୍ରେ ସବିଶେଷ ତଥ୍ୟ ଉଦ୍ଧାର କରାଯାଇଛି । ଯାହା ଅପରାଧର ଆୟ ଲୁଚାଇବା ପାଇଁ ବ୍ୟବହୃତ ହୋଇଥିବା ଜଣାପଡିଛି । ସେ ରିଅଲ ଇଷ୍ଟେଟରେ ପ୍ରାୟ ୧୮ କୋଟି ଟଙ୍କା ବିନିଯୋଗ କରିଥିଲେ । ଏହି କାରବାରରେ ବିପୁଳ ନଗଦ ଟଙ୍କା ଲୁଚିଥିବାର ପ୍ରମାଣ ମଧ୍ୟ ମିଳିଥିଲା। ପ୍ରକାଶ ଥାଉକି, ପୂର୍ବରୁ ଏହି ମାମଲାରେ ପିଏମଏଲଏ ୨୦୦୨ ର ଧାରା ୧୭ ଅନୁଯାୟୀ, ପାଟନା, ଦିଲ୍ଲୀ, କୋଲକାତା, ପୁଣେ, ମୁମ୍ବାଇ, ହରିୟାଣା,ଓ ପଞ୍ଜାବରେ ଚଢାଉ କରାଯାଇଥିଲା । ଯେଉଁଥିରେ ସଂଞ୍ଜୀବ ହଂସଙ୍କ ଘରୁ ୮୦ ଲକ୍ଷ ଟଙ୍କାର ସୁନା ଓ ୭୦ ଲକ୍ଷ ଟଙ୍କାର ଦାମୀ ଘଣ୍ଟା ମିଳିଥିଲା । ସେହିପରି ତାଙ୍କର ସହଯୋଗୀଙ୍କ ଘରୁ ୮୭ ଲକ୍ଷ ନଗଦ ଟଙ୍କା ମଧ୍ୟ ମିଳିଥିଲା ।