ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ଚଳଚ୍ଚିତ୍ର 'ଏମ୍ପୁରାନ୍'ର ପ୍ରଯୋଜକ ଗୋପାଳନଙ୍କ ଠିକଣାରେ ଚଢ଼ାଉ କଲା ଇଡି

Published By : Tapas Panda | April 4, 2025 4:37 PM

Image Courtesy: tv9hindi

ନୂଆଦିଲ୍ଲୀ: ତାମିଲନାଡୁ ଏବଂ କେରଳର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଗୋକୁଳମ ଗୋପାଳନଙ୍କ ଚିଟ୍ ଫଣ୍ଡ କମ୍ପାନୀ ସହ ଜଡିତ ସ୍ଥାନ ଉପରେ ଚଢ଼ାଉ ହୋଇଛି । ଗୋକୁଳମ୍ ଗୋପାଳନ୍ ଏମ୍ପୁରାନ୍ ଚଳଚ୍ଚିତ୍ରର ଜଣେ ପ୍ରଯୋଜକ। ଇଡି ଗୋକୁଳମ ଗୋପାଳନଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରିଛି । ଇଡି ଅଧିକାରୀମାନେ ତଦନ୍ତ ସଂପର୍କରେ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । ଏବେ କେରଳରେ ମୋହନଲାଲଙ୍କ ଫିଲ୍ମ 'L2: ଏମ୍ପୁରାନ୍'କୁ ନେଇ ବିବାଦ ଚାଲିଛି ।ପ୍ରକୃତରେ, ଏହି ଫିଲ୍ମରେ ଗୁଜରାଟ ଦଙ୍ଗାର କାହାଣୀ ସହିତ ଜଡିତ ଦୃଶ୍ୟଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। 

ବିଜେପି ଏହାର ପ୍ରତିବାଦ କରୁଛି । ବିଜେପି ଦଙ୍ଗା ସହିତ ଜଡିତ ଦୃଶ୍ୟଗୁଡ଼ିକୁ କାଟିବାକୁ ଦାବି କରୁଛି। କେରଳ ହାଇକୋର୍ଟ ସ୍କ୍ରିନିଂ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଦେବାକୁ ମନା କରିଦେଇଥିଲେ। ଗୁରୁବାର ସାରା ବିଶ୍ୱରେ ମୁକ୍ତିଲାଭ କରିଥିବା 'L2: Empuraan' ପ୍ରଥମ ଦିନରେ କେବଳ କେରଳରେ ୭୪୬ଟି ସ୍କ୍ରିନରେ ପ୍ରଦର୍ଶିତ ହୋଇଥିଲା ।'L2: Empuraan'କୁ ନେଇ କେରଳରେ ରାଜନୈତିକ ବିବାଦ ଜାରି ରହିଛି।

କଂଗ୍ରେସର ସାଧାରଣ ସାଂପାଦକ କେସି ବେଣୁଗୋପାଳ କହିଛନ୍ତି ଯେ, ବିଜେପି ଅସହିଷ୍ଣୁ ହୋଇପଡ଼ିଛି । 'ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର' ଏବଂ ସଦ୍ୟ ମୁକ୍ତିଲାଭ କରିଥିବା 'ଏମର୍ଜେନ୍ସି' ଭଳି ଫିଲ୍ମ ବିଷୟରେ ସେ କହିଛନ୍ତି ଯେ, ଏହି ଫିଲ୍ମଗୁଡ଼ିକରେ କଂଗ୍ରେସ ଦଳକୁ ସମାଲୋଚନା କରାଯାଇଥିଲା, କିନ୍ତୁ ବିଜେପି ସେଗୁଡ଼ିକୁ ସ୍ୱାଗତ କରିଥିଲା। କେବଳ ଅସହିଷ୍ଣୁତା ଦେଖାଇବା ଠିକ୍ ନୁହେଁ । ବିଜେପି ଆତ୍ମସମୀକ୍ଷା କରିବା ଉଚିତ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.