ନୂଆଦିଲ୍ଲୀ,୧୨/୧୧: ବେଆଇନ ବାଂଲାଦେଶୀ ଅନୁପ୍ରବେଶ ମାମଲାରେ ଇଡି ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଉପରେ ଚଢ଼ାଉ କରିଛି। ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶ ସହ ଜଡିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ଅନେକ ସ୍ଥାନରେ ଚଢ଼ାଉ କରିଛି। ସରକାରୀ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଅନୁସନ୍ଧାନକାରୀ ସଂସ୍ଥାର ଝାଡଖଣ୍ଡ କାର୍ଯ୍ୟାଳୟର ଅଧିକାରୀମାନେ ଦୁଇ ପଡୋଶୀ ରାଜ୍ୟର ମୋଟ ୧୭ ଟି ସ୍ଥାନରେ ଖୋଳତାଡ଼ କରୁଛନ୍ତି। ସେପ୍ଟେମ୍ବରରେ ଝାଡଖଣ୍ଡରେ କିଛି ବାଂଲାଦେଶୀ ମହିଳାଙ୍କ ଅନୁପ୍ରବେଶ ତଥା କାରବାର ଅଭିଯୋଗର ଯାଞ୍ଚ ପାଇଁ ଇଡି ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ଅଭିଯୋଗ ହୋଇଛି ଯେ ଅନୁପ୍ରବେଶ ଏବଂ ଚୋରା ଚାଲାଣ ମାଧ୍ୟମରେ ଅପରାଧିକ ଆୟ କରାଯାଇଥିଲା। ପିଏମ୍‌ଏଲ୍‌ଏ ର ବିଭିନ୍ନ ବିଭାଗ ଅଧୀନରେ ଏଜେନ୍ସି ଦ୍ବାରା ଦାଖଲ କରାଯାଇଥିବା କାର୍ଯ୍ୟକାରୀ ମାମଲା ସୂଚନା ରିପୋର୍ଟ (ଇସିଆଇଆର୍‌) ଜୁନ୍ ମାସରେ ରାଜଧାନୀ ରାଞ୍ଚିର ବାରିଆଟୁ ପୋଲିସ୍ ଷ୍ଟେସନରେ ଦାଖଲ ହୋଇଥିବା ଝାଡଖଣ୍ଡ ପୋଲିସର ଏକ ଏଫ୍ଆଇଆର୍ ଉପରେ ଆଧାରିତ।

ନିକଟରେ ହୋଇଥିବା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ପାର୍ଟିର ଅନ୍ୟ ନେତାମାନେ ରାଜ୍ୟ ସରକାରଙ୍କୁ ଏପରି ଅନୁପ୍ରବେଶକୁ ଉତ୍ସାହିତ କରିଥିବା ଅଭିଯୋଗ କରିଥିଲେ।ଯାହା ଆଦିବାସୀ ପ୍ରାଧାନ୍ୟ ସନ୍ତାଳ ପରଗଣା ଏବଂ କୋଲ୍ହ ଅଞ୍ଚଳର ଜନସଂଖ୍ୟା ଦୃଶ୍ୟକୁ ବଦଳାଇ ଦେଇଛି। ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନଭେମ୍ବର ୧୩ ରେ ୪୩ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ, ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୨୦ ରେ ୩୮ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ।