PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଫିଲ୍ମ ‘ଲାଇଗର୍’ରେ ବ୍ୟବହାର ହୋଇଛି କଳା ଧନ, ନିର୍ମାତାଙ୍କୁ ୧୨ ଘଣ୍ଟା ପଚରାଉଚୁରା କଲା ଇଡି

ନୂଆଦିଲ୍ଲୀ ୧୯/୧୧: ସାଉଥ୍ ଅଭିନେତା ବିଜୟ ଦେବରାକୋଣ୍ଡା ‘ଲାଇଗର୍’ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ଚଳିତ ବର୍ଷ ଅଗଷ୍ଟ ୨୫ ରେ ସିନେମାଘରେ ରିଲିଜ୍ କରିଥିଲା। ଏଥିରେ ଅନନ୍ୟା ପାଣ୍ଡେ ଏବଂ ରାମ୍ୟା କୃଷ୍ଣନ ମଧ୍ୟ ଅଭିନୟ କରିଥିଲେ। ଫିଲ୍ମଟିକୁ ପୁରୀ ଜଗନ୍ନାଥ ଲେଖିଥିଲେ ଏବଂ ଡାଇରେକ୍ଟ ବି କରିଥିଲେ। କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସ ସହ ମିଳିତ ଭାବରେ ନିର୍ମିତ ହୋଇଥିଲା। ହିନ୍ଦୀ ଏବଂ ତେଲୁଗୁ ଭାଷାରେ ନିର୍ମିତ ଏହି ଫିଲ୍ମକୁ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର ଭାବରେ ପ୍ରମୋଟ୍ କରାଯାଇଥିଲା। କିନ୍ତୁ ଏହା ଆଶାତୀତ ଫଳ ଦେଇନଥିଲା। ଅଭିନୟରୁ ନେଇ କାହାଣୀ ପର୍ଯ୍ୟନ୍ତ ଏସମସ୍ତ ପାଇଁ ଷ୍ଟାର ଏବଂ ନିର୍ମାତା ବହୁ ଅସୁବିଧାରେ ପଡ଼ିଥିଲେ। ବର୍ତ୍ତମାନ ଏହି ଫିଲ୍ମ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଏହାର ନିର୍ମାତା ଅସୁବିଧାରେ ପଡ଼ିଥିବା ଦେଖାଯାଇଛି। କାରଣ କଳା ଧନ ଏବଂ ବିଦେଶୀ ପାଣ୍ଠିକୁ ନେଇ ପ୍ରାୟ ୧୨ ଘଣ୍ଟା ଧରି ନିର୍ମାତା ଏବଂ ନିର୍ଦ୍ଦେଶକଙ୍କୁ ଇଡି ପ୍ରଶ୍ନ କରିଛି।

ସୂଚନା ଅନୁଯାୟୀ, ଇଡି ଅଧିକାରୀ ସେହି କମ୍ପାନୀର ନାମ ଜାଣିବାକୁ ଚାହୁଁଛନ୍ତି, ଯିଏକି ବିଜୟ ଦେବରାକୋଣ୍ଡାଙ୍କ ‘ଲାଇଗର’ ପାଇଁ ଅର୍ଥ ପ୍ରଦାନ କରିଛି। ଇଡି ଅଧିକାରୀଙ୍କ ଇନୁଯାୟୀ, ଫିଲ୍ମ ନିର୍ମାଣରେ ବିଦେଶୀ ଟଙ୍କା ବ୍ୟବହାର କରାଯାଇଛି। ଯଦି ଏହା କରାଯାଇଛି ତେବେ ତାହା ୧୯୯୯ ର ବୈଦେଶିକ ବିନିମୟ ପରିଚାଳନା ଆଇନ (ଫେମା) ର ଉଲ୍ଲଂଘନ କରିଛି। ଏହି କାରଣରୁ, ନିବେଶକଙ୍କ ପରିଚୟ ନିଶ୍ଚିନ୍ତ କରିବାକୁ ଇଡି ପୁରୀ ଜଗନ୍ନାଥ ଏବଂ ନିର୍ମାତା ଚାର୍ମି କୌରଙ୍କୁ ସମନ ପଠାଇଛି। ତାଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ପଚରାଉଚରା କରିଛି। ଏହା ମଧ୍ୟ ଦାବି କରାଯାଉଛି ଯେ ଅନେକ ରାଜନେତା ମଧ୍ୟ ଏହି ଫିଲ୍ମରେ କଳା ଟଙ୍କା ବିନିଯୋଗ କରିଛନ୍ତି।

ଫିଲ୍ମ ‘ଲାଇଗର୍’ ରିଲିଜ୍ ହେବା ପୂର୍ବରୁ ବିଜୟ ଦେବରାକୋଣ୍ଡା ଏବଂ ପୁରୀ ଜଗନ୍ନାଥ ଅନ୍ୟ ଏକ ଫିଲ୍ମର ଘୋଷଣା କରିଥିଲେ ଯାହାର ନାମ ‘ଜନ ଗଣ ମନ’। ଲାଇଗର୍ ଫ୍ଲପ୍ ହେବା ପରେ ବିଜୟଙ୍କ ଫ୍ୟାନ୍ସ ତାଙ୍କୁ କମବ୍ୟାକ୍ କରିବାକୁ ଅନୁରୋଧ କରିଥିଲେ। ଏକ ଇଭେଣ୍ଟରେ ବିଜୟ କହିଥିଲେ ସେ କୌଣସି ସ୍ଥାନକୁ ଯାଇ ନାହାଁନ୍ତି। ସେ ଏଠାରେ ଅଛନ୍ତି। ସେ ଏହି ବିଫଳତାରୁ ଏକ ଶିକ୍ଷା ଗ୍ରହଣ କରି ଆଗକୁ ବଢିବେ ଏବଂ ତାଙ୍କର ଅନ୍ୟ ଫିଲ୍ମ ଉପରେ ଧ୍ୟାନ ଦେବେ।

ସମ୍ବନ୍ଧିତ ଖବର