PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଖାଇବା ତେଲ ଦର କମିବ ! ବୈଠକ ପରେ ସରକାରଙ୍କର ନିଷ୍ପତ୍ତି  

ନୂଆଦିଲ୍ଲୀ – ଦରବୃଦ୍ଧିରେ ହନ୍ତସନ୍ତ ହେଉଥିବା ଲୋକଙ୍କୁ ଆଗାମୀ ଦିନରେ କିଛି ମାତ୍ରାରେ ଆଶ୍ୱସ୍ତି  ମିଳିପାରେ। ଆସନ୍ତା କିଛି ଦିନରେ ଖାଇବା ତେଲର ଖୁଚୁରା ଦରରେ ହ୍ରାସ ଘଟିବ । ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରାଳୟ ସହ ବୈଠକ ପରେ ଖାଇବା ତେଲ ସଞ୍ଚାଳକ ଓ ଉତ୍ପାଦକମାନେ ତେଲର ଦାମ୍‌ରେ ରିହାତି ଦେବାକୁ ସହମତି ପ୍ରକାଶ କରିଛନ୍ତି। ବିଦେଶୀ ମାର୍କେଟ୍‌ରେ ଖାଇବା ତେଲର ମୂଲ୍ୟରେ ଆସିଥିବା ହ୍ରାସ ପରେ ଘରୋଇ ମୂଲ୍ୟରେ ରିହାତି ହୋଇ ପାରେ। ସରକାରଙ୍କର ଚେଷ୍ଟା କି ହ୍ରାସ ପାଇଥିବା ମୂଲ୍ୟର ଲାଭ ଘରୋଇ ଉପଭୋକ୍ତାଙ୍କୁ ମଧ୍ୟ ମିଳୁ ।

ଖବର ମୁତାବିକ ,ତେଲ ଉତ୍ପାଦନକାରୀ କମ୍ପାନୀମାନେ ବୈଶ୍ୱିକ ବଜାରରେ ଦର ଉପରେ ଆସିଥିବା ହ୍ରାସ ପରେ ଘରୋଇ ବଜାରରେ ଖାଇବା ତୈଳର ଦର କମ୍‌ କରିବାକୁ ସହମତି ଦେଇଛନ୍ତି । ଆଗାମୀ ଦିନରେ ଖାଇବା ତେଲର ଖୁଚୁରା ମୂଲ୍ୟରେ ୧୦-୧୨ ଟଙ୍କା ହ୍ରାସ ଘଟିପାରେ। ହେଲେ  ଗତ ମାସରେ ମଧ୍ୟ ତେଲ ଉତ୍ପାଦନକାରୀ କମ୍ପାନୀମାନେ ଦାମ୍‌ରେ ରିହାତି କରିଥିଲେ ।  କିନ୍ତୁ ମନ୍ତ୍ରାଳୟର ବିଶ୍ୱାସ ଯେ, ବୈଶ୍ୱିକ ମୂଲ୍ୟରେ ହ୍ରାସ ପରେ ଏବେ ପୁଣି ଥରେ ରିହାତିର ସୁଯୋଗ ରହିଛି।

ଜୁଲାଇରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ ଅଦାନୀ ୱିଲମର୍ ଖାଇବା ତେଲର ଦାମ୍‌ରେ ୩୦ ଟଙ୍କା ପ୍ରତି ଲିଟର ପିଛା ରିହାତି ଘୋଷଣା କରିଥିଲା । ସେତେବେଳେ ଅଦାନି ୱିଲମର ଏକ ବୟାନରେ କହିଥିଲା କି ବୈଶ୍ୱିକ ଦାମ୍‌ରେ ଆସିଥିବା ହ୍ରାସକୁ ଦେଖି କମ୍ ରେଟ୍‌ରେ ଉପଭୋକ୍ତାଙ୍କୁ ଖାଇବା ତେଲ ପହଞ୍ଚାଇବା କ୍ରମରେ କମ୍ପାନୀ ରିହାତି କରିଛି।