ନଜର ଆସିଲା ଚାନ୍ଦ, କାଲି ସାରା ଦେଶରେ ପାଳନ ହେବ ଇଦ୍

ନୁଆଦିଲ୍ଲୀ ୪/୬: ସାରାଦେଶର ୫ ଜୁନ, ବୁଧବାର ଇଦ୍ ପାଳନ କରାଯିବ । ଜାମା ମସଜିଦର ଇମାମ ସୈୟଦ ଅହମଦ ବୁଖାରୀ ଏହା ଘୋଷଣା କରିଛନ୍ତି । ମଙ୍ଗଳବାର ସନ୍ଧ୍ଯାରେ ଇଦର ଚାନ୍ଦ ନଜର ଆସିଛି । ବୁଦବାର ଇଦ୍ ପାଳନ ହେବ ।
କେରଳରେ ଆଜି ପାଳନ ହେବ ଇଦ୍
ସାରା ଭାରତରେ ବୁଦବାର ଇଦ୍-ଉଲ୍-ଫିତର ପାଳନ କରାଯିବ । ତେବେ କେରଳରେ ଆଜି ହିଁ ଇଦ୍ ପାଳନ କରାଯିବ । ଭାରତରେ କେରଳ ଏକମାତ୍ର ରାଜ୍ଯ ଯେଉଁଠି ସଉଦି ଅରବ ସହିତ ସମାନ ଢଙ୍ଗରେ ଇଦ୍ ପାଳନ କରାଯାଏ । ତେଣୁ କେରଳରେ ଆଜି ପାଳନ କରାଯାଉଛି ଇଦ୍ ।