PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଖପ୍ରାଖୋଲ ପୋଲିସ ଦ୍ୱାରା ୮ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ ୨୦/୧୧: ଖପ୍ରାଖୋଲ ପୋଲିସ ଦ୍ବାରା ରବିବାର ସକାଳ ୭ ଟା ରେ ୮ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାଯାଇଛି । ଉଦ୍ଧାର ଶ୍ରମିକ ମାନେ ଖପ୍ରାଖୋଲ ଥାନା ମାଟିଖାଇ ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ରବିବାର ସକାଳୁ କୃପାମୟୀ ବସ ଯୋଗେ କିଛି ଦାଦନ ଶ୍ରମିକ ବଲାଙ୍ଗୀରକୁ ଯାଉଥିବା ବେଳେ ପୋଲିସ ଖବର ପାଇ ମାଟିଖାଇ ଛକ ଠାରେ ବସ ଉପରେ ଚଢାଉ କରି ୩ ଜଣ ପୁରୁଷ ୩ ମହିଳା ୨ ଜଣ ନାବାଳିକା ଝିଅ ଉଦ୍ଧାର କରିଥିଲେ । ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣାଯାଇଥିବା ଜଣାଯାଇଛି । ଶ୍ରମିକ ମାନଙ୍କୁ ପଚରାଉଚରା ପରେ ସେମାନେ ମାଟିଖାଇ ଗାଁର ଏବଂ ସେମାନେ ପ୍ରଥମେ ବଲାଙ୍ଗୀର ଓ ପରେ ତାମିଲନାଡୁ ଯିବାକଥା ଜଣାଯାଇଛି । ବେଆଇନ ଦାଦନ ଚାଲାଣ କରୁଥିବା ନେଇ ମାଟିଖାଇ ଗାଁର ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।