ଦିଲ୍ଲୀ : ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ବଡ଼ ରେକର୍ଡ। ୪ ଓଭର ବୋଲିଂ କରି ମାତ୍ର ୭ ରନ ବ୍ୟୟରେ ୮ ୱିକେଟ ଅକ୍ତିଆର କଲେ ଯୁବ ବୋଲର। ମହିଳା କ୍ରିକେଟରେ ଏଭଳି ଏକ ନୂଆ ରେକର୍ଡ ସ୍ଥାପନ ହୋଇଛି । ଇତିହାସ ରଚିଥିବା ବୋଲର ହେଉଛନ୍ତି ଭୂଟାନର ବାମହାତୀ ସ୍ପିନର ସୋନମ ୟେସେ । ୨୨ ବର୍ଷୀୟ ଏହି ବୋଲରଙ୍କୁ ପ୍ରାୟତଃ କେହି ଜାଣି ନଥିଲେ। ମାତ୍ର ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ମିଆଁମାର ବିପକ୍ଷରେ ସେ ଏହି ନୂଆ ରେକର୍ଡ ସ୍ଥାପନ କରିଛନ୍ତି। 

ଏହସହ ମଧ୍ୟ ପଢନ୍ତୁ : ‘ବିରାଟ ଓ ରୋହିତ୍ ଜିତିବେ ୨୦୨୭ ବିଶ୍ୱକପ୍’, ‘ହିଟ୍‌ମ୍ୟାନ୍’ଙ୍କ କୋଚ୍ କଲେ ବଡ଼ ଭବିଷ୍ୟବାଣୀ

ସୋନମ ନିଜର ସ୍ପେଲରେ ୪ ଓଭର ପକାଇ ମାତ୍ର ୭ ରନ ଦେଇଥିଲେ । ସେ ଏକାକୀ ମିଆଁମାରର ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଥିଲେ । ଏକାକୀ ୮ ଓ୍ବିକେଟ୍ ଅକ୍ତିଆର କରି ଥିବା ବେଳେ ମିଆଁମାର ମାତ୍ର ୪୫ ରନରେ ଅଲଆଉଟ୍ ହୋଇଥିଲା । ତାଙ୍କ ପୂର୍ବରୁ ମାତ୍ର ୨ ଜଣ ବୋଲର ଟି-୨୦ରେ ୭ଟି ଓ୍ବିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି । ତେବେ ଏହା କେବଳ ପୁରୁଷ କ୍ରିକେଟରେ ସମ୍ଭବ ହୋଇଥିଲା। ମାତ୍ର ମହିଳା କ୍ରିକେଟରେ ଏହା ପ୍ରଥମ ରେକର୍ଡ। ସେପଟେ ମହିଳା ଅନ୍ତର୍ଜାତୀୟ ମହିଳା ଟି-୨୦ରେ ସର୍ବୋତ୍ତମ ଓ୍ବିକେଟ ଅକ୍ତିଆର କରିବାର ରେକର୍ଡ ପୂର୍ବରୁ ଇଣ୍ଡୋନେସିଆର ରେହେମାଲିଆଙ୍କ ନାମରେ ରହିଛି । କୌଣସି ରନ ନଦେଇ ୭ ଓ୍ବିକେଟ ଅକ୍ତିଆର କରିଥିଲେ । ମାତ୍ର ସୋନମ ୮ ଓ୍ବିକେଟ ଅକ୍ତିଆର କରି ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।