ମୁମ୍ବାଇରେ ପହଁଞ୍ଚିଲେ ଏକନାଥ ସିନ୍ଦେ, ଫଡନାଭିସ୍ଙ୍କ ସହ ମିଶି ରାଜ୍ୟପାଳଙ୍କୁ ଭେଟିବେ

ମୁମ୍ବାଇ,୩୦।୬: ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଗୋଆରୁ ମୁମ୍ବାଇ ପହଁଞ୍ଚି ସାରିଛନ୍ତି। ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇ ନିଜର ସମର୍ଥକଙ୍କୁ ଭିକ୍ଟ୍ରି ସାଇନ୍ ଦେଖାଇଛନ୍ତି। ଆଜି ଅପରାହ୍ନ ୪ଟା ୩୦ ସମୟରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିବାକୁ ରାଜଭବନ ଯିବେ। ଦୁଇ ନେତା ଗର୍ଭନରଙ୍କ ସହ ମିଶି ସରକାର ଗଠନ କରିବାର ଦାବି ରଖିବେ। ଶୁକ୍ରବାର ମହାରାଷ୍ଟ୍ରରେ ନୂଆ ସରକାରଙ୍କ ଶପଥ ଗ୍ରହଣ କରିପାରନ୍ତି। ସିନ୍ଦେ ଅନ୍ୟ ବିଦ୍ରୋହୀ ବିଧାୟକଙ୍କୁ ଗୋଆରେ ଛାଡି ପ୍ରାଇଭେଟ୍ ଜେଟ୍ରେ ଏକାକୀ ମୁମ୍ବାଇ ଆସିଛନ୍ତି।
Maharashtra Shiv Sena MLA Eknath Shinde landed at Mumbai airport from Goa #MaharashtraPoliticalCrisis pic.twitter.com/UXIc4EVax6
— ANI (@ANI) June 30, 2022
ଅନ୍ୟପକ୍ଷେ ପଣାଜୀରେ ଶିବସେନାର ବିଦ୍ରୋହୀ ବିଧାୟକ ଓ ସିନ୍ଦେଙ୍କ ଗୋଷ୍ଠୀର ମୁଖପାତ୍ର ଦୀପକ କେସରକର କହିଛନ୍ତି, ଗତ କାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଚନ୍ତି। ଆମେ କୌଣସି ପ୍ରକାର ଉତ୍ସବ ପାଳନ କରିନୁ, କାରଣ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆରମ୍ଭ ଉଦେଶ୍ୟ ନଥିଲା। ଆମେ ସବୁ ଏବେ ବି ଶିବସେନାରେ ଅଛୁ ଓ ଉଦ୍ଧବ ଠାକରେଙ୍କୁ ଦୁଃଖ ପହଁଞ୍ଚାଇବା ଓ ତାଙ୍କର ଅପମାନ କରିବା ଆମର ଲକ୍ଷ୍ୟ ନୁହେଁ। ସିନ୍ଦେ ଯେଉଁ ନିଷ୍ପତ୍ତି ନେବେ ତାହା ରାଜ୍ୟର ବିକାଶ ପାଇଁ ହେବ। ଆମେ କାହାର ପିଠିରେ ଛୁରା ମାରିନୁ।’