ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ ବିଜେପି-ଶିବସେନାରୁ ମିଳୁଛି ବମ୍ପର ଅଫର୍; କାହାକୁ ଛାଡିବେ କାହାକୁ ରଖିବେ ନିଷ୍ପତ୍ତି ଖୁବ୍ଶୀଘ୍ର…

ମୁମ୍ବାଇ: ମହାରାଷ୍ଟ୍ରର ବିଦ୍ରୋହୀ ବିଧାୟକ ମାନେ ଏହି ସମୟରେ ଉଭୟ ପକ୍ଷରୁ ଭଲ ଅଫର ମିଳିଛି । ଆସାମର ଗୁଆହାଟୀରେ ରହୁଥିବା ସମସ୍ତ ବିଧାୟକଙ୍କୁ ମୁମ୍ବାଇକୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି । ଏଭଳି ପରିସ୍ଥିତିରେ ଉଭୟ ଦଳରୁ ବିଦ୍ରୋହୀ ବିଧାୟକଙ୍କୁ ଭଲ ପ୍ରସ୍ତାବ ଦିଆଯାଉଛି । ଅଫର୍ ଦେବାରେ ବିଜେପି ଏବଂ ଶିବସେନା ଭିତରେ ଜୋରଦାର ଟକ୍କର ଚାଲିଛି ।
ଶିବସେନା ନେତା ସଂଜୟ ରାଓ୍ବତ କହିଛନ୍ତି ଯେ, ବିଧାୟକମାନେ ଗୁଆହାଟୀରେ ରହି ଯୋଗାଯୋଗ କରିବା ଉଚିତ୍ ନୁହେଁ, ସେମାନେ ମୁମ୍ବାଇକୁ ଫେରି ଆସନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିବା ଉଚିତ୍ । ଆମେ ସମସ୍ତ ବିଧାୟକ ଇଚ୍ଚା ଅନୁସାରେ ମହା ବିକାଶ ଅଗାଡି (MVA) ଛାଡିବାକୁ ବିଚାର କରିବାକୁ ପ୍ରସ୍ତୁତ, କିନ୍ତୁ ଏଥିପାଇଁ ସେମାନଙ୍କୁ ଏଠାକୁ ଆସି ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ପଡିବ ।
ଏହା ବ୍ୟତୀତ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏକନାଥ ସିନ୍ଦେଙ୍କୁ ଅଫର ଦେଇଛନ୍ତି । ସରକାର ଗଠନ ପାଇଁ ପ୍ରସ୍ତାବ ଦେବାବେଳେ ବିଜେପି ମଧ୍ୟ ସିନ୍ଦେ ଦଳକୁ ଅଫର ଦେଇଛି ଯେ ସେମାନଙ୍କୁ ସରକାରରେ ଭଲ ମନ୍ତ୍ରଣାଳୟ ଦିଆଯିବ । ଉଲ୍ଲେଖନୀୟ କଥା ହେଉଛି, ସିନ୍ଦେଙ୍କୁ ଏନଡିଏ କ୍ୟାମ୍ପକୁ ଆଣିବା ପାଇଁ ୧୩ ଟି ମନ୍ତ୍ରୀ ପଦବୀ ଏବଂ କେନ୍ଦ୍ର ମନ୍ତ୍ରୀ ପଦବୀ ମଧ୍ୟ ବିଜେପି ପକ୍ଷରୁ ପ୍ରଦାନ କରାଯାଇଛି ।
ଏହି ସମୟରେ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ତାଙ୍କ ଦଳର ସରକାରକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି । ସେ ତାଙ୍କ ବିଦ୍ରୋହୀ ବିଧାୟକଙ୍କୁ ମଧ୍ୟ ଅଫର୍ ଦେଇଛନ୍ତି ଯେ ଯଦି ସମସ୍ତେ ଚାହାଁନ୍ତି, ତେବେ ଏମଭିଏ (MVA) ସହିତ ଗଠବନ୍ଧନ ଭଙ୍ଗା ଯାଇପାରେ । ଏଭଳି ପରିସ୍ଥିତିରେ ରାଓ୍ବତଙ୍କ ବିବୃତ୍ତି ସହଯୋଗୀ କଂଗ୍ରେସକୁ ଆଘାତ ଦେଇଛି । ଏନେଇ ଖୁବଶୀଘ୍ର ବୈଠକ ଡାକିବାକୁ ସେମାନେ ନିର୍ଦ୍ଦେଶ ଦେଇଛନ୍ତି ।