PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଉଦ୍ଧବଙ୍କୁ ପୁଣି ଅଡ଼ୁଆ ସିନ୍ଦେ : ମୁମ୍ୱାଇରେ ଖୋଲିବ ଆଉ ଏକ ଶିବସେନା ଭବନ !

ମୁମ୍ୱାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଦେବାକୁ ଯାଉଛନ୍ତି। ପ୍ରଥମ ଶିବସେନାର ଦୁଇ-ତୃତୀୟାଂଶ ବିଧାୟକଙ୍କୁ ଓ ସାଂସଦଙ୍କୁ ନିଜ ଅକ୍ତିଆରକୁ ଆଣିବା ପରେ ସିନ୍ଦେ ମୁମ୍ୱାଇର ଦାଦରରେ ପୁଣି ଏକ ଶିବସେନା ଭବନ ଖୋଲିବାକୁ ଯାଉଛନ୍ତି। ପ୍ରଥମେ ଏହା କୁହାଯାଉଥିଲା କି ସିନ୍ଦେ ବାଲାସାହେବଙ୍କ ଶିବସେନା ଭବନରେ ନିଜର ଦାବି ରଖିବେ , ଯାହା ଗତ ୫ଦଶକରୁ ଶିବସୈନିକଙ୍କ ନ୍ୟାୟ ଭବନ ଭାବେ ସ୍ଥାପିତ ହୋଇଛି ।

ହେଲେ ଏବେ ମିଡ଼ିଆ ରିପୋର୍ଟ  ଅନୁସାରେ , ଏକନାଥ ସିନ୍ଦେ ମୁମ୍ୱାଇର ଦାଦରରେ ହିଁ ଆଉ ଏକ ଶିବସେନା ଭବନ ଖୋଲିବାକୁ ପ୍ରସ୍ତୁତ କରୁଛନ୍ତି। କୁହାଯାଉଛି କି , ଖୁବ୍‌ ଶୀଘ୍ର ହିଁ ସେ ଏହି ବିଷୟରେ ପଦକ୍ଷେପ ବି ନେବେ।

ମହାରାଷ୍ଟ୍ରର ମୁଖିଆ ଏକନାଥ ସିନ୍ଦେ ଚାହାନ୍ତି କି ଦାଦରରେ ତାଙ୍କ ପାର୍ଟିର ଏକ ବିଶାଳ କାର୍ଯ୍ୟାଳୟ ହେଉ। ଯେବେ ଠାରୁ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି , ରାଜ୍ୟର ଲୋକେ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି , ତାଙ୍କୁ ଆଶିର୍ବାଦ ଦେବା ଓ ସମର୍ଥନ ଦେଖାଇବା ପାଇଁ ଅନେକ ଲୋକ ତାଙ୍କୁ ଭେଟୁଛନ୍ତି । ଏକନାଥ ସିନ୍ଦେଙ୍କୁ ସାକ୍ଷାତ୍‌ କରିବା ପାଇଁ ସାଧାରଣ ନାଗରିକ ମୁମ୍ୱାଇ ଆସୁଛନ୍ତି । ଏହାସହ ମୁମ୍ୱାଇ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ସମସ୍ୟା ବିଷୟରେ ବି କହୁଛନ୍ତି । ଏଣୁ ଏକନାଥ ସିନ୍ଦେଙ୍କ ମତରେ ଏମିତି ହଜାର ହଜାର ନାଗରିକଙ୍କୁ ଭେଟିବା ପାଇଁ ମୁମ୍ୱାଇର ମଧ୍ୟ ଭାଗରେ ଏକ ବିଶାଳ କାର୍ଯ୍ୟାଳୟର ଆବଶ୍ୟକତା ରହିଛି।  ସିନ୍ଦେ ଗ୍ରୁପର ବିଧାୟକ ସଦା ସରଭଣକର ସୂଚନା ଦେଇ କହିଛନ୍ତି, ଖୁବ୍‌ ଶୀଘ୍ର ଏହି ଦିଗରେ ପଦକ୍ଷେପ ନିଆଯିବ ।

ଦାଦରରେ କାହିଁକି ଶିବସେନା ଭବନ ଖୋଲା ହେବ ?

ଦାଦର, ମୁମ୍ୱାଇର ମଧ୍ୟ ଭାଗରେ ରହିଛି । ଏହି ସ୍ଥାନରେ ବାଲାସାହେବଙ୍କର ସମାଧି ଅଛି । ଦାଦର , ଶିବାଜୀ ପାର୍କ ସହ ଜଡ଼ିତ , ଏହାସହ ଶିବସେନାର ୬ ଦଶକର ସ୍ମୃତି ମଧ୍ୟ ଅତୁଟ ରହିଛି । ଏଥିପାଇଁ ଏହି ସ୍ଥାନରେ ସିନ୍ଦେଙ୍କର ଏକ କାର୍ଯ୍ୟାଳୟ ସ୍ଥାପିତ କରିବା ମହାରାଷ୍ଟ୍ରର ରାଜନୀତିରେ ନୂଆ ସଙ୍କେତ ଦେଉଛି ।

ସମ୍ବନ୍ଧିତ ଖବର