PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଏକତା କପୁରଙ୍କ ବିରୋଧରେ ଜାରି ହେଲା ଗିରଫଦାରୀ ୱାରେଣ୍ଟ? ଆସିଲା ଓକିଲଙ୍କ ବୟାନ

ମୁମ୍ୱାଇ : ଟିଭି ନିର୍ମାତା ଏକତା କପୁର ଓ ତାଙ୍କର ମାଆ ଶୋଭା କପୁରଙ୍କୁ ନେଇ ଗତ ଦିନରେ ଖବର ଆସିଥିଲା କି, ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି ହୋଇଛି। ଏକତା କପୁରଙ୍କର ପ୍ରଡକ୍ସନ ହାଉସ୍‌ର ୱେବ୍ ସିରିଜ XXX ରେ ସୈନିକଙ୍କ ପୋଷାକକୁ ନେଇ ବିବାଦ ହୋଇଥିଲା। କୁହାଯାଇଛି କି, ଏହି ୱେବ୍ ସିରିଜ୍‌ରେ ସୈନିକଙ୍କୁ ଅପମାନିତ କରାଯାଇଛି ଏବଂ ଏଥିରେ ଭାବନାକୁ ଆହତ ହୋଇଛି। ସିରିଜର ଦୃଶ୍ୟକୁ ନେଇ ଜଣେ ବ୍ୟକ୍ତି ବିହାରର ବେଗୁସରାୟ କୋର୍ଟରେ ଅଭିଯୋଗ କରିଥିଲେ। ଏବେ ଏହି ପୂରା ମାମଲାରେ ଏକତା କପୁରଙ୍କ ଓକିଲ ଗିରଫଦାରୀ ୱାରେଣ୍ଟ ଜାରି ହେବାକୁ ମନା କରିଛନ୍ତି।  

ଏକତା କପୁରଙ୍କର ଓକିଲ କହିଛନ୍ତି , ଏକତା କପୁର ଓ ଶୋଭା କପୁରଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟକୁ ନେଇ ନିକଟରେ କିଛି ନ୍ୟୁଜ୍‌ ଆର୍ଟିକଲ ପ୍ରକାଶିତ ହୋଇଥିଲା। ଏହି ନ୍ୟୁଜ୍ ଆର୍ଟିକଲ ଅଭିଯୋଗ ରୁଜୁ କରିଥିବା ବ୍ୟକ୍ତିଙ୍କ ଓକିଲଙ୍କର ବୟାନ ଆଧାରରେ କରାଯାଇଛି । ଏହି ସଂପୂର୍ଣ୍ଣ ରୂପେ ମିଥ୍ୟା ଓ ଭୁଲ୍‌ । ଏକତା କପୁର ଓ ଶୋଭା କପୁରଙ୍କୁ କୌଣସି ଗିରଫଦାରୀ ୱାରେଣ୍ଟ ମିଳିନଥିଲା ।  

ନ୍ୟୁଜ୍‌ ଏଜେନ୍ସି ପିଟିଆଇ ମୁତାବିକ , ଶମ୍ଭୁ କୁମାର ନାମକ ବ୍ୟକ୍ତିଙ୍କର ଅଭିଯୋଗ ଆଧାରରେ ବିଚାରପତି ବିକାଶ କୁମାର ଏକତା କପୁର ଓ ତାଙ୍କର ମାଆ ଶୋଭା କପୁରଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି କରିଥିଲେ ।