କେଉଁଝର,୨୧।୧ : ସାନ ଭାଇର ମାଡରେ ବଡ ଭାଇ ମୃତ । ଧାନ ବିକ୍ରୀ ପଇସା ଭାଗ ବଣ୍ଟାକୁ କେନ୍ଦ୍ର କରି ସାନ ଭାଇ ନିଜର ବଡ଼ ଭାଇକୁ ପିଟିପିଟି କଲା ହତ୍ୟା  ।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ପର୍ଜନପୁର ପଞ୍ଚାୟତର କସିରା ଗ୍ରାମରେ । ମୃତକ ଜଣକ ହେଲେ ସମରା ମୁଣ୍ଡା

ମୃତ ସମରା ମୁଣ୍ଡା ର ସ୍ତ୍ରୀ ଶୀବାନୀ ମୁଣ୍ଡା ଥାନା ରେ ଲିଖିତ ଆଭିଯୋଗ ଅନୁସାରେ ଧାନ ବିକ୍ରୀ ପାଇସା ଭାଗ ବଣ୍ଟା କୁ କେନ୍ଦ୍ର କରି ପ୍ରଥମେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଓ ଶୁକୁରା ଜୀବନରେ ମାରି ଦେବାକୁ ଧମକ ଦେଇଥିଲା | ଏହି ଭୟରେ ଶୀବାନୀ ମୁଣ୍ଡା ତା ବାପା ଘରକୁ ପଳାଇଥିଲା । ସୋମବାର ଦିନ  ରାତିରେ ଦୁଇ ଭାଇଙ୍କ ସେହି ଧାନ ବିକ୍ରୀ ପାଇସା କୁ ନେଇଘର ଠାରୁ କିଛି ଦୂରରେ ଥିବା ଏକ କୁଟା ଗଦା ନିକଟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା  ହୋଇଥିଲା । ଶୁକୁରା ତାର ବଡ଼ ଭାଇ ସମରାକୁ ପିଟିପିଟି ସେଠାରେ ଅଚେତ୍ କରି ତା ଉପରେ କିଛି କୁଟା ଘୋଡାଇ ଦେଇ ମରିଗଲା ବୋଲି ଭାବି ଘରକୁ ଚାଲିଯାଇଥିଲା । ସକାଳ ହେବାରୁ ସ୍ଥାନୀୟ ଲୋକମାନେ କୁଟା ଗଦାରେ କେହି ଜଣେ ଛୋଟ ପଟ ହେଉଥିବାର ଦେଖି ଆମ୍ବୁଲାନ୍ସ ଡାକି ଡାକ୍ତରଖାନା ପଠାଇଥିଲେ । ସାଙ୍ଗରେ ଶୁକୁରା ମଧ୍ଯ ଯାଇଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସମରାର ମୃତ ଘଟିଥିଲା । ଡାକ୍ତରଖାନାରୁ ସମରାର ମୃତ ଦେହକୁ ଘରକୁ ଅଣାଯାଇଥିଲା । ସମରା ଙ୍କ ପତ୍ନୀ ଶିବାନୀ ମୁଣ୍ଡା ଖବର ପାଇ ବାପ ଘରୁ ସଂଧ୍ୟା ସମୟରେ ଘରକୁ ଆସି ଦିଅର ଶୁକରା ମୁଣ୍ଡା ସ୍ୱାମୀକୁ ହତ୍ୟା କରିଛି ବୋଲି ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।    ସଦର ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିଥିଲେ | ଆଜି ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଦିନ ପ୍ରାୟ ୨ ଟା ସମୟରେ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଛି ।