ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ମଝିଆଁ ଭାଇର ଛୁରା ମାଡ଼ରେ ବଡ଼ ଭାଇର ମୃତ୍ୟୁ ଘଟଣା; ହତ୍ୟାକାରୀ ଭାଇକୁ ଗିରଫ କଲା ପୋଲିସ

Published By : Gurupada Nath | March 4, 2025 9:25 PM

ଫିରିଙ୍ଗିଆ,୪/୩ : ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମେର ବନ୍ଧ ପଞ୍ଚାୟତ ଅଧୀନରେ ଥିବା ଲଦାପଦର ଗାଁର ମୁରୁଡ଼ ସାହିରେ ମଝିଆଁ ଭାଇର ଛୁରା ମାଡ଼ରେ ବଡ଼ ଭାଇର ମୃତ୍ୟୁ ହେବା ଓ ସାନ ଭାଇ ଗୁରୁତର ହେବା ଘଟଣାରେ ହତ୍ୟାକାରୀ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୋଲିସ I ତେବେ ଦଶ ଦିନ ପରେ ପୋଲିସର ଗିରଫ ଦାରି ଭୟରେ ଅଭିଯୁକ୍ତ ହତ୍ୟାକାରୀ ଜଣକ ଫେରାର ହୋଇଯାଇଥିବାବେଳେ ଶେଷରେ ଏକ ବିଶେଷ ସୂତ୍ରରୁ ଅଭିଯୁକ୍ତ ଜଣକ ସାଡୀଙ୍ଗିଆ ବଜାରରେ ବୁଲୁଥିବା ସମୟରେ ଫିରିଙ୍ଗିଆ ପୋଲିସ ତାକୁ ଗିରଫ କରିଥିବା ଜଣାପଡ଼ିଛି I 

ସୂଚନା ଅନୁସାରେ ଏହି ମୁରଡ଼ସାହି ଗାଁର କୃଷ୍ଣ କହଁର, ମଝିଆଁ ଭାଇ ରାମ କହଁର ଓ ସାନ ଭାଇ ଲକ୍ଷ୍ମଣ କହଁରଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚଶା ହୋଇଥିଲା I ଏଥିରେ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରୀରେ ମଝିଆ ଭାଇ ରାମ କହଁର ବଡ଼ ଭାଇ କୃଷ୍ଣ କହଁର ଓ ସାନ ଭାଇ ଲକ୍ଷ୍ମଣ କହଁରଙ୍କୁ ଆକ୍ରମଣ କରିଥିଲା I ତେବେ ମଝିଆ ଭାଇର ଛୁରା ମାଡ଼ରେ ବଡ଼ ଭାଇ କୃଷ୍ଣ କହଁରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସାନ ଭାଇ ଲକ୍ଷ୍ମଣ କର ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି I

ଘଟଣା ବିଷୟରେ ଖବରପାଇ ଫିରିଙ୍ଗିଆ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ଥାନାରେ ୪୧/୨୫ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ହତ୍ୟାକାରୀ ଭାଇ ରାମ କହଁର ଫେରାର ହୋଇଯାଇଥିଲା I ତେବେ ଡେରିରେ ହେଲେ ବି ଶେଷରେ ହତ୍ୟାକାରୀ ଭାଇକୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ I 

ସୂଚନା ଯୋଗ୍ୟ ଯେ, ହତ୍ୟାକାରୀ ରାମ କହଁର ମାଓ ସଙ୍ଘଠନର ଜଣେ ସକ୍ରିୟ ସଦସ୍ୟ ଭାବେ ଆଗରୁ କାମ କରୁଥିବାବେଳେ ସେ ଜଣେ ହାର୍ଡ଼କୋର ମାଓବାଦୀ ଭାବେ ଗତ ୨୦୨୨ରେ ତତ୍କାଳୀନ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲା ଓ ସେ ମାଓ ସଂଗଠନରେ ରହି ଅନେକ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବା ମଧ୍ୟ ଜଣାପଡିଥିଲା I  

ସେହି ଦିନଠାରୁ ସେ ଜିଲ୍ଲା ପୋଲିସ ମୁଖ୍ୟାଳୟର ବେରେକରେ ରହି ଆସୁଥିଲା I ଗତ କିଛି ମାସ ହେଲା ସେ ନିଜ ଗାଁକୁ ଫେରିଥିଲା I ନିଜ ଭାଇଙ୍କୁ ହତ୍ୟା କରିସାରିଲା ପରେ ମଧ୍ୟ୍ୟ ଅଂଚଳର କିଛି ଲୋକଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇ ଆସୁଥିଲା I ଯାହା ପାଇଁ ଏହି ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା I ଅଭିଯୁକ୍ତ ଗିରଫ ହେବା ପରେ ଅଞ୍ଚଳବାସୀ ମଧ୍ୟ ଅଶ୍ୱସ୍ଥି ଲାଭ କରିଛନ୍ତି I

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.