କଳାହାଣ୍ଡି: ବୃଦ୍ଧାଙ୍କୁ କାମୁଡି କାମୁଡି ମାରିଦେଲେ ବୁଲା କୁକୁର

କଳାହାଣ୍ଡି ୧/୬:ବୁଲା କୁକୁରଙ୍କ କାମୁଡାରେ ବୃଦ୍ଧା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୋଲାମୁଣ୍ଡା ବ୍ଲକ ବାଞିବାହାଲ ଗ୍ରାମରେ । ଗାଁର ଜଣେ ବୃଦ୍ଧା ଶନିବାର ସକାଳେ ଶୌଚ ହେବା ପାଇଁ ଯାଇଥିବାବେଳେ କିଛି ବୁଲା କୁକୁରଙ୍କ ଶିକାର ହୋଇଥିଲେ । ୭-୮ କୁକୁର ମିଶି ବୃଦ୍ଧାଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ । କାମୁଡି କାମୁଡି ବୁଦ୍ଧାଙ୍କୁ ମାରିଦେଲେ କୁକୁର ପଲ୍ଲ । ମୃତକ ହେଉଛନ୍ତି ଭୂମିସୁତା ମାଝୀ । ଭୁମିସୁତାଙ୍କ ବେକ, ମୁହଁ ଶରୀରରେ କୁକୁର କାମୁଡିବା ଯୋଗୁଁ ଗଭୀର କ୍ଷତ ଚିହ୍ନ ରହିଛି ।