ପାଟନା,୦୫/୦୯: ନିର୍ବାଚନ କମିଶନ ଆସନ୍ତା ଅକ୍ଟୋବରରେ ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ।  ଅକ୍ଟୋବରର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ନିର୍ବାଚନ ଘୋଷଣା  ହୋଇପାରେ ।

ସୂଚନା ଅନୁସାରେ, ରାଜ୍ୟରେ ଦୁଇ କିମ୍ବା ତିନି  ପର୍ଯ୍ୟାୟରେ ମତଦାନ ହେବାର ସମ୍ଭାବନା ରହିଛି । ନଭେମ୍ବରରେ  ଭୋଟିଂ ଅନୁଷ୍ଠିତ ହୋଇପାରେ ।  ଦୁର୍ଗାପୂଜା, ଦଶହରା, ଛଟ୍‌ ପୂଜା  ଆଦି ପରେ ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଜଣାଯାଇଛି ।

ସୂତ୍ର ମୁତାବକ,  ନଭେମ୍ବର ୫ରୁ ୧୫ ତାରିଖରେ  ମତଦାନ ଏବଂ ନଭେମ୍ବର ୨୦ରେ  ଭୋଟ ଗଣତି ତାରିଖ ଧାର୍ଯ୍ୟ  ହୋଇପାରେ । ନିର୍ବାଚନ କମିଶନ  ନଭେମ୍ବର ୨୨ ଡେଡ୍‌ଲାଇନ ପୂର୍ବରୁ ବିହାରରେ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ  କରିବେ ।

କମିଶନଙ୍କ ଅନୁସାରେ,  ଏସ୍‌ଆଇଆର୍‌ ପରେ ବିହାରରେ  ମତଦାତାଙ୍କ ଚୂଡ଼ାନ୍ତ ତାଲିକା  ପ୍ରକାଶ ପାଇବ । ସେପ୍ଟେମ୍ବର  ୩୦ରେ ଏହି ତାଲିକା ଜାରି ହେବ ।  ଏହା ପରେ କମିଶନ ବିହାରରେ  ନିର୍ବାଚନ ଘୋଷଣା କରିବେ ।