- ସାମ୍ନାକୁ ଆସିଲା BMC ନିର୍ବାଚନର ତାରିଖ
- BMC ସହ ୨୮ଟି ନଗର ନିଗମର ନିର୍ବାଚନ
- ୧୫ ଜାନୁଆରୀ ୨୦୨୬ରେ ହେବ ଭୋଟିଂ
- ୧୬ ଜାନୁଆରୀ ୨୦୨୬ରେ ହେବ ଭୋଟ ଗଣନା
ନୂଆଦିଲ୍ଲୀ : ମୁମ୍ୱାଇ ନଗର ନିଗମ ନିର୍ବାଚନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ନିର୍ବାଚନ ଆୟୋଗ ସୋମବାର ଘୋଷଣା କରିଛନ୍ତି ଯେ, ମୁମ୍ୱାଇ ନଗର ନିଗମ (ବିଏମସି) ଓ ଆଉ ୨୮ଟି ନଗର ନିଗମର ନିର୍ବାଚନ ୧୫ ଜାନୁଆରୀ ୨୦୨୬ରେ ଅନୁଷ୍ଠିତ ହେବ ଏବଂ ଭୋଟ ଗଣନା ୧୬ ଜାନୁଆରୀ ୨୦୨୬ରେ ହେବ।
କହି ରଖୁଛୁ ଯେ, ରାଜ୍ୟ ନିର୍ବାଚନ ଆୟୋଗ ଏହି ଘୋଷଣା ମୁମ୍ୱାଇରେ କଥିତ ‘ଭୋଟ ଚୋରି’କୁ ନେଇ ରାଜନୀତିକ ବିବାଦ ବୃଦ୍ଧି ମଧ୍ୟରେ ଆସିଛି। ଯେଉଁଥିରେ ବିରୋଧୀ ଦଳଙ୍କ ଦାବି ଯେ, ଗୁରୁତ୍ତ୍ୱପୂର୍ଣ୍ଣ ନଗର ନିଗମ ନିର୍ବାଚନ ପୂର୍ବରୁ ଭୋଟର ତାଲିକା ଗୁଡ଼ିକରେ ଫେକ୍ ଓ ନକଲି ଭୋଟରଙ୍କ ନାଁ ସାମିଲ କରାଯାଇଛି।
ଏହାସହ ମଧ୍ୟ ପଢନ୍ତୁ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ନୀତିନ ନବୀନ, ଅମିତ ଶାହ ଓ ଜେପି ନଡ୍ଡା ଜଣାଇଲେ ଶୁଭକାମନା
ରାଜ୍ୟ ନିର୍ବାଚନ ଆୟୋଗ ଅନୁସାରେ , ପ୍ରଦେଶରେ ନଗରପାଳିକା (ମ୍ୟୁନିସିପାଲିଟି) ନିର୍ବାଚନ ଗୁଡ଼ିକ ପାଇଁ ମୋଟ ୩ କୋଟି ୪୮ ଲକ୍ଷ ଭୋଟର ଅଛନ୍ତି। ରାଜ୍ୟ ନିର୍ବାଚନ ଆୟୁକ୍ତ ଦିନେଶ ୱାଘମାରେ ଓ ରାଜ୍ୟ ନିର୍ବାଚନ ଆୟୁକ୍ତ ସଚିବ ସୁରେଶ କାକାନିଙ୍କ ସୂଚନା ଅନୁସାରେ ...
- ନାମାଙ୍କନ : ୨୩ ଡିସେମ୍ୱରରୁ ୩୦ ଡିସେମ୍ୱର ୨୦୨୫
- ନାମାଙ୍କନ ଯାଞ୍ଚ : ୩୧ ଡିସେମ୍ୱର ୨୦୨୫
- ନାମ ପ୍ରତ୍ୟାହାର : ୨ ଜାନୁଆରୀ ୨୦୨୬
- ସିମ୍ୱଲ ଆବଣ୍ଟନ : ୩ ଜାନୁଆରୀ ୨୦୨୬
- ଭୋଟିଂ : ୧୫ ଜାନୁଆରୀ ୨୦୨୬
- ଭୋଟ ଗଣନା : ୧୬ ଜାନୁଆରୀ ୨୦୨୬
ଉଲ୍ଲେଖନୀୟ ଯେ, ମୁମ୍ୱାଇ ନଗର ନିଗମର କାଉନ୍ସିଲରଙ୍କ କାର୍ଯ୍ୟକାଳ ୭ ମାର୍ଚ୍ଚ ୨୦୨୨ରେ ହିଁ ସମାପ୍ତ ହୋଇଯାଇ ଥିଲା। ଏହାପରେ ସହରର ପ୍ରଶାସନ ପ୍ରଶାସକଙ୍କ ହାତରେ ଅଛି। ଏବେ ପାଖାପାଖି ସାଢେ ତିନି ବର୍ଷ ପରେ ମୁମ୍ୱାଇ ନଗର ନିଗମର ନିର୍ବାଚନ ଆରମ୍ଭ ହୋଇ ଯାଇଛି।
ଏହାକୁ ନେଇ ରାଜନୀତି ସରଗରମ୍ –
ଉଲ୍ଲେଖନୀୟ ଯେ, ବିଏମସି ଭୋଟର ତାଲିକାର କ୍ଲିୟରିଂ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି, ଅନ୍ୟପଟେ ଶିବସେନା (ୟୁବିଟି) ସମସ୍ତ ୨୨୭ଟି ନଗର ନିଗମ ୱାର୍ଡରେ ସମାନ୍ତରାଳ ଭାବେ ଗ୍ରାଉଣ୍ଡ ଲେବଲ ଭାରିଫିକେସନ ଅଭିଯାନ ଆରମ୍ଭ କରିଛି। ଶିବସେନା (ୟୁବୁଟୁ)ର ନେତାଙ୍କର ଦାବି ଯେ, ତାଙ୍କର କାର୍ଯ୍ୟକର୍ତ୍ତାମାନେ ହଜାର ହଜାର ଫେକ୍ ଓ ଡୁପ୍ଲିକେଟ୍ର ଚିହ୍ନଟ କରିଛନ୍ତି। ତାଙ୍କର ଯୁକ୍ତି ଯେ, ଏହିପରି ଅନିୟମିତତା ନିର୍ବାଚନ ଫଳାଫଳକୁ ବହୁ ଦିନ ଯାଏ ପ୍ରଭାବିତ କରିପାରେ, ଯାହା ଦେଶର ବାଣିଜ୍ୟିକ ରାଜଧାନୀର ରାଜନୀତିକ ଓ ଆର୍ଥିକ ନିୟନ୍ତ୍ରଣର ନିଷ୍ପତ୍ତି କରିବ।
ପାର୍ଟିର କହିବାନୁସାରେ , ଅନେକ ଦିନରୁ ରହୁଥିବା ନିବାସୀମାନେ , ବିଶେଷ ରୂପେ ମରାଠୀ ଭୋଟରଙ୍କୁ ଭୁଲ ଉପାୟରେ ଡୁପ୍ଲିକେଟ୍ ଭାବେ ଚିହ୍ନଟ କରାଯାଇ ଥିଲା, ଯେଉଁଥିରେ ତାଙ୍କର ଭୋଟିଂର ଅଧିକାରକୁ ବିପଦ ସୃଷ୍ଟି ହୋଇପାରେ।
ଉଲ୍ଲେଖନୀୟ ଯେ, ନଗର ନିଗମ ନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ମନେକରାଯାଉଛି, ବିଶେଷକରି ଶିବସେନା (ୟୁବିଟି) ପାଇଁ , କାରଣ ଏହା ୨୦୨୨ରେ ଶିବସେନାର ବିଭାଜନ ପରେ ପ୍ରଥମେ ବିଏମସି ନିର୍ବାଚନ ହେବ ଏବଂ ଏହା ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପିର ନେତୃତ୍ୱର ମହାୟୁତି ଗଠବନ୍ଧନର ଅଂଶ ରହିଥିବା ଏକନାଥ ସିନ୍ଧେଙ୍କ ନେତୃତ୍ୱର ଗୋଷ୍ଠୀ ସହ ସିଧାସଳଖ ମୁକାବିଲା ହେବ।