- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ନୀତିନ ନବୀନ
- ଅମିତ ଶାହ ଓ ଜେପି ନଡ୍ଡା ତାଙ୍କୁ ଚୌକିରେ ବସାଇଲେ
- ଅନେକ ପାର୍ଟି କାର୍ଯ୍ୟକର୍ତ୍ତା ତାଙ୍କୁ ଜଣାଇଲେ ଶୁଭେଚ୍ଛା
- ପୂର୍ବ ଭାରତରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ପ୍ରଥମ ନେତା ନୀତିନ
ନୂଆଦିଲ୍ଲୀ –ଭାରତୀୟ ଜନତା ପାର୍ଟି (ବିଜେପି)ର ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ଜୋରଦାର ସ୍ୱାଗତ କରାଯାଇଛି। ଏହି ଅବସରରେ ସେ ୱାର୍କିଂ ପ୍ରେସିଡେଣ୍ଟର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅମିତ ଶାହ ଓ ଜେପି ନଡ୍ଡା ତାଙ୍କୁ ଚୌକିରେ ବସାଇବା ସହ ଶୁଭ କାମନା ଦେଇଛନ୍ତି। ବହୁ ସଂଖ୍ୟାରେ ପାର୍ଟି କାର୍ଯ୍ୟକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଛନ୍ତି। ଅନ୍ୟପଟେ ସଞ୍ଜୟ ସରାଗଭୀଙ୍କୁ ବିହାର ବିଜେପିର ଅଧ୍ୟକ୍ଷ କରାଯାଇଛି। ସେ ଦରଭଙ୍ଗାରୁ ବିଧାୟକ ଅଛନ୍ତି ଏବଂ ପୂର୍ବତନ ମନ୍ତ୍ରୀ ରହି ସାରିଛନ୍ତି। ଏବେ ସେ ଦିଲୀପ ଜାୟସୱାଲଙ୍କ ସ୍ଥାନ ନେବେ।
ଏହା ପୂର୍ବରୁ ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର ସ୍ୱାଗତ କରିବାକୁ ଦିଲ୍ଲାର ସିଏମ୍ ରେଖା ଗୁପ୍ତା ପହଞ୍ଚି ଥିଲେ। ଏହା ପୂର୍ବରୁ ନୀତିନ ନବୀନ ପାଟନାରେ ପୂଜା ଅର୍ଚ୍ଚନା କରିଥିଲେ । ପାଟନାର ପ୍ରସିଦ୍ଧ ମହାବୀର ମନ୍ଦିରକୁ ଯାଇ ନୀତିନ ନବୀନଙ୍କୁ ଆଶୀର୍ବାଦ ନେଇଥିଲେ। ଏହାପରେ ସେ ରାଜବଂଶୀ ନଗର ଯାଇ ତାଙ୍କ ବାପାଙ୍କ ମୂର୍ତ୍ତୀକୁ ମଧ୍ୟ ପ୍ରମାଣ କରିଥିଲେ। ନୀତିନ ବିହାରର ନୁହେଁ , ପୂର୍ବ ଭାରତରୁ ବିଜେପିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ପ୍ରଥମ ନେତା।
ନୀତିନ ନବୀନଙ୍କ ଜନ୍ମ ପାଟନାରେ ହୋଇଛି। ତାଙ୍କ ପିତା ନବୀନ କିଶୋର ପ୍ରସାଦ ସିହ୍ନା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଭାବେ ରହି ସାରିଛନ୍ତି। ପିତାଙ୍କ ମୃତ୍ୟୁ ପରେ ନୀତୀଶ ନବୀନ ସକ୍ରିୟ ଭାବେ ନିର୍ବାଚନୀ ରାଜନୀତିରେ ପାଦ ରଖି ଥିଲେ ଏବଂ ଖୁବ୍ ଶୀଘ୍ର ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ଭାରତୀୟ ଜନତା ଯୁବ ମୋର୍ଚ୍ଚାରେ ମଧ୍ୟ ସକ୍ରିୟ ଭୂମିକା ପାଳନ କରି ସାରିଛନ୍ତି , ଯେଉଁଠାରୁ ତାଙ୍କର ସଙ୍ଗଠନାତ୍ମକ ଦକ୍ଷତାକୁ ପରିଚୟ ମିଳିଛି।
#WATCH | Delhi: Nitin Nabin, newly appointed working president of the BJP, takes charge at the party headquarters in Delhi, in the presence of Union Home Minister Amit Shah, BJP national president JP Nadda, and other party leaders pic.twitter.com/1bBAKqb0oC
— ANI (@ANI) December 15, 2025
ନୀତିନ ନବୀନ ପାଟନାର ବାଙ୍କିପୁର ବିଧାନସଭା ଆସନରୁ ବିଧାୟକ ଅଛନ୍ତି ଏବଂ ଲଗାତାର ୫ମ ଥର ଲୋକଙ୍କ ଭରସାକୁ ଜିତିଛନ୍ତି। ସେ ପ୍ରଥମ ଥର ୨୦୦୬ର ଉପନିର୍ବାଚନରେ ବିଜୟ ହାସଲ କରିଥିଲେ। ଏହାପରେ ସେ ୨୦୧୦, ୨୦୧୫,୨୦୨୦ ଓ ୨୦୨୫ର ବିଧାନସଭା ନିର୍ବାଚନରେ ବାରମ୍ୱାର ବିଜୟୀ ହୋଇଛନ୍ତି। ୨୦୨୫ର ବିଧାନସଭା ନିର୍ବାଚନରେ ସେ ୯୮,୨୯୯ ଭୋଟ୍ ହାସଲ କରି ଆରଜେଡି ପ୍ରାର୍ଥୀ ରେଖା କୁମାରୀଙ୍କୁ ୫୧,୯୩୬ ଭୋଟର ବଡ଼ ଅନ୍ତରରେ ହରାଇ ଥିଲେ, ଯାହା ତାଙ୍କର ଏବେସୁଦ୍ଧା ସବୁଠୁ ବଡ଼ ବିଜୟ ମନେକରାଯାଉଛି।