ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ନିର୍ବାଚନରେ ଏଆଇର ଅପବ୍ୟବହାର ଉପରେ ଲାଗିବ ରୋକ୍‌, ମାର୍ଗଦର୍ଶିକା ପ୍ରସ୍ତୁତ କରୁଛନ୍ତି ଇସି

Published By : Prameya | April 19, 2025 11:59 AM

Image source: Jagran

ନୂଆଦିଲ୍ଲୀ,୧୯/୦୪: ନିର୍ବାଚନ  ପ୍ରଚାର ଲାଗି କଣ୍ଟେଣ୍ଟ ପ୍ରସ୍ତୁତ କରିବାରେ  ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ)ର  ଭୂମିକା କ୍ରମଶଃ ବଢ଼ୁଛି । ଏହାକୁ ଦୃଷ୍ଟିରେ  ରଖି ନିର୍ବାଚନ କମିଶନ (ଇସି) ଏହାର  ଦୁରୂପଯୋଗ ଉପରେ ରୋକ ଲଗାଇବା  ତଥା ସକାରାତ୍ମକ ବ୍ୟବହାରକୁ ପ୍ରୋତ୍ସାହନ  ଲାଗି ଗାଇଡ୍‌ଲାଇନ୍ସ (ମାର୍ଗଦର୍ଶିକା) ପ୍ରସ୍ତୁତ  କରୁଛନ୍ତି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏଥିନେଇ ବ୍ୟାପକ ଗାଇଡ୍‌ଲାଇନ୍‌ ଜାରି ହୋଇପାରେ । ଆଗକୁ ହେବାକୁ ଥିବା ବିହାର  ବିଧାନସଭା ନିର୍ବାଚନରେ ଏହାର ଉପଯୋଗ  ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହାକୁ ଡିଜିଟାଲ ଯୁଗରେ ନିର୍ବାଚନରେ  ପାରଦର୍ଶିତା, ନିରପେକ୍ଷତା ଓ ମତଦାତାଙ୍କ  ଅଧିକାରର ରକ୍ଷା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ  ପଦକ୍ଷେପ ଭାବେ ମନେ କରାଯାଉଛି ।  

ଇସିଙ୍କର ସୂତ୍ର ମୁତାବକ, ପ୍ରସ୍ତାବିତ  ଗାଇଡ୍‌ଲାଇନରେ ରାଜନୈତିକ ଦଳ, ମିଡିଆ  ସଂସ୍ଥା ଓ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ୍‌ଗୁଡିକ  ପାଇଁ ଏଆଇ ଜେନେରେଟେଡ୍‌ କଣ୍ଟେଣ୍ଟ  ନେଇ ସ୍ପଷ୍ଟ ଭାବେ ଖୁଲାସା କରିବା ଅନିବାର୍ଯ୍ୟ  ହେବ । ବିଶେଷକରି ଡିପଫେକ୍‌ ଓ ଜାଲ୍‌  ଭିଡିଓ/ଅଡିଓ ନେଇ ପାରଦର୍ଶିତା ସୁନିଶ୍ଚିତ  କରିବାକୁ କଡା଼ ପ୍ରାବଧାନ ସ୍ଥିର କରାଯିବ ।  ଭୋଟରମାନଙ୍କୁ ଭ୍ରମିତ କରିବା କିମ୍ବା  ସେମାନଙ୍କ ପସନ୍ଦକୁ ପ୍ରଭାବିତ କରିବା ଲାଗି  ଯେପରି ଏଆଇର ବ୍ୟବହାର ନ ହେବ ତାହା  ସୁନିଶ୍ଚିତ କରିବା ଗାଇଡଲାଇନ୍‌ର ଉଦ୍ଦେଶ୍ୟ ।  

ଆୟୋଗ ଅନୁସାରେ, ଏଆଇ ଗଣତାନ୍ତ୍ରିକ  ପ୍ରକ୍ରିୟାରେ ସହାୟକ ହୋଇପାରେ ।  କିନ୍ତୁ ଏହାର ଆଳରେ ଗୋପନୀୟତା ଓ  ନିରପେକ୍ଷତା ସହ ବୁଝାମଣା କରାଯିବା  ଅନୁଚିତ୍‌ । ଡିପଫେକ୍‌ ଜରିଆରେ ଅସଲି  ଭଳି ଲାଗୁଥିବା ସିନ୍ଥେଟିକ୍‌ କଣ୍ଟେଣ୍ଟ ପ୍ରସ୍ତୁତ  କରିହେବ । କିନ୍ତୁ ସେହି କଣ୍ଟେଣ୍ଟ ଡିପଫେକ୍‌  ବୋଲି ଦର୍ଶାଇବାକୁ ପଡି଼ବ । ବିରୋଧୀମାନଙ୍କୁ  ପରିହାସ କରୁଥିବା ଭ୍ରାମକ ଭିଡିଓ ଉପରେ  ବ୍ୟାନ୍‌ ଲାଗିପାରେ । ନିର୍ବାଚନୀ ରାଲିରେ  ସାମିଲ ଲୋକଙ୍କର ହାବଭାବ ଓ ପ୍ରତିକ୍ରିୟାର  ବିଶ୍ଳେଷଣ କରି ପ୍ରଚାର ରଣନୀତି ବନାଇବାକୁ  ଅନୁମତି ମିଳିବ । କିନ୍ତୁ ବିରୋଧୀ ଦଳର  ରାଲିରେ ଉପସ୍ଥିତ ଲୋକଙ୍କୁ ଚିହ୍ନଟ କରି  ସେମାନଙ୍କୁ ଟାର୍ଗେଟ୍‌ କରାଯିବା ଉପରେ  ରୋକ ରହିବ । ନିର୍ବାଚନୀ ପ୍ରଚାରରେ ଡାଟା  ଆନାଲିଟିକ୍ସ ଉପରେ ବି ନଜର ରଖାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.