PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ସୋସିଆଲ ମିଡିଆରେ ଭୋଟ୍‌ ଲଢ଼େଇ: ଅପରାଜିତା,ବାବୁ ଆଗରେ

source:updateodisha.com

ଭୁବନେଶ୍ୱର,୭ା୪(ବ୍ୟୁରୋ): ସବୁଠି ନିର୍ବାଚନୀ ତାତି । ଉଠୁଛି, ପଡୁଛି ରାଜଧାନୀ । ସହରର ଗଳି, କନ୍ଦିରେ ଶୁଭୁଛି ଜିନ୍ଦାବାଦ୍‌ ଓ ଜୟ ଜୟକାର ଧ୍ୱନି । ଭୋଟ୍‌ ପାଇଁ ସହରର ମାହୋଲ୍‌ ପୂରା ସରଗରମ । ଖାଲି ସହର ଭିତରେ ସୀମିତ ନାହିଁ ଭୋଟ୍‌ ଲଢ଼େଇ । ସୋସିଆଲ ମିଡିଆରେ ରାଜଧାନୀ ଭୋଟ୍‌ ଲଢ଼େଇର ରୋମାଞ୍ଚ ବଢ଼ି ଗଲାଣି । ବିଭିନ୍ନ ଦଳର ପ୍ରାର୍ଥୀମାନେ ଶୋଭାଯାତ୍ରା, ପଦଯାତ୍ରା ଓ ଘର ବୁଲିବା ସହ ପ୍ରଚାର ପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛନ୍ତି ।

ସହରର ଯୁବବର୍ଗ ସୋସିଆଲ ମିଡିଆରେ ବେଶ୍‌ ସକ୍ରୟି । ବରିଷ୍ଠ ନାଗରିକ ଓ ମହିଳାମାନେ ବି ସୋସଅିାଲ ମିଡିଆରେ ଉପସ୍ଥିତ ଜାହିର୍‌ କରୁଛନ୍ତି । ଖାଲି ଶିକ୍ଷିତ ନୁହେଁ, ବସ୍ତିରେ ରହୁଥିବା ଅଳ୍ପ ଶିକ୍ଷିତ ଲୋକେ ବି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ଫେସବୁକ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବେଶି । ଟ୍ୱିଟରରେ ବି ଆକାଉଣ୍ଟଧାରୀଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢ଼ିଛି । ଏଣୁ ନିର୍ବାଚନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଏବେ ସୋସିଆଲ ମିଡିଆକୁ ପ୍ରଚାରର ମାଧ୍ୟମ କରିଛନ୍ତି । ନିଜ ଆକାଉଣ୍ଟ ସହ ସମର୍ଥକଙ୍କୁ ଲଗାଇ ନିଜର ଫ୍ୟାନ କ୍ଲବ୍‌ ପେଜ୍‌ ମାଧ୍ୟମରେ ପ୍ରଚାରକୁ ଜୋର୍‌ କରୁଛନ୍ତି ।

ସୋସିଆଲ ମିଡିଆରେ ଯଦି ରାଜଧାନୀର କୌଣସି ନେତା ବେଶି ସକ୍ରିୟ ଥାଏ, ସେ ହେଉଛନ୍ତି ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ଅପରାଜିତା ଖାଲି ପ୍ରତ୍ୟକ୍ଷ ପ୍ରଚାରରେ ସୀମିତ ନାହାନ୍ତି । ସୋସିଆଲ ମିଡିଆରେ ନିଜ ପ୍ରଚାରକୁ ଶାଣିତ କରିଛନ୍ତି । ପ୍ରତିଦିନର ପ୍ରଚାର ଓ ଲୋକଙ୍କ ସହ ଭାବ ବିନିମୟକୁ ସେ ନିଜ ଟ୍ୱିଟର ଓ ଫେସବୁକ୍‌ରେ ପୋଷ୍ଟ କରୁଛନ୍ତି । ତାଙ୍କ ସମର୍ଥକମାନେ ଏହାକୁ ସେୟାର କରିବାରେ ଲାଗି ପଡ଼ିଛନ୍ତି ।

ଅପରାଜିତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ସୋସିଆଲ ମିଡିଆ ବ୍ୟବହାରରେ ପଛରେ ପଡ଼ି ଯାଇଛନ୍ତି । ଅରୁପଙ୍କର ସୋସିଆଲ ମିଡିଆରେ ଉପସ୍ଥିତି ନାହିଁ । ତାଙ୍କର ନିଜସ୍ୱ ଫେସବୁକ୍‌ ଓ ଟ୍ୱିଟର ଆକାଉଣ୍ଟ ନାହିଁ । କିନ୍ତୁ ଅରୁପଙ୍କ ସମର୍ଥକମାନେ ତାଙ୍କ ପାଇଁ ସୋସଅିାଲ ମଡିଅିାରେ ପ୍ରଚାର ଚଳାଇଛନ୍ତି । କଂଗ୍ରେସ ସମର୍ଥିତ ସିପିଆଇଏମ୍‌ ସାଂସଦ ପ୍ରାର୍ଥୀ ଜନାର୍ଦ୍ଦନ ପତି ବି ନିଜ ଫେସବୁକ ଆକାଉଣ୍ଟରେ ପ୍ରଚାର ଚଳାଇଛନ୍ତି । ଅପରାଜତିାଙ୍କୁ ଅନୁସରଣ କରି ଏକାମ୍ର ଭୁବନେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ମଧ୍ୟ ସୋସିଆଲ ମିଡିଆ ପ୍ରଚାରକୁ ଫୋକସ୍‌ କରିଛନ୍ତି । ସେ ଫେସବୁକ୍‌ ମାଧ୍ୟମରେ ନିଜ ଦୈନିକ ପ୍ରଚାରକୁ ପୋଷ୍ଟ କରୁଛନ୍ତି ।

ଭିଡିଓ ମାଧ୍ୟମରେ ଭୋଟ୍‌ ଦେବାକୁ ଅପିଲ୍‌ ବି କରୁଛନ୍ତି । ତାଙ୍କ ବିପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ମନ୍ତ୍ରୀ ଅଶୋକ ପଣ୍ଡା ସୋସିଆଲ ମିଡିଆ ପ୍ରଚାରରେ ପଛରେ ପଡ଼ି ଯାଇଛନ୍ତି । ଶେଷ ଥର ପାଇଁ ମାର୍ଚ୍ଚ ୨୮ ତାରିଖରେ ସେ ପ୍ରଚାର ପାଇଁ ଉଦ୍ଦିଷ୍ଟ ଏକ ଦଳୀୟ ଭିଡିଓକୁ ପୋଷ୍ଟ କରିଥିଲେ । ସେବେଠାରୁ ସେ ସୋସିଆଲ ମିଡିଆରେ ଆଉ କୌଣସି ପୋଷ୍ଟ କରିନାହାନ୍ତି । ଏକାମ୍ରରୁ କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ର ବି ଫେସବୁକ୍‌ରେ ଜୋର୍‌ଦାର ପ୍ରଚାର କରୁଛନ୍ତି ।

ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ସୋସିଆଲ ମିଡିଆ ପ୍ରଚାରରେ ଧୀମା ରହିଛନ୍ତି । ବର୍ଷତମାମ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଅନନ୍ତ ମାର୍ଚ୍ଚ ୨୫ ତାରିଖ ପରଠାରୁ କୌଣସି ପୋଷ୍ଟ କରିନାହାନ୍ତି । କିନ୍ତୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ସୋସିଆଲ ମିଡିଆରେ ତାଙ୍କ ପ୍ରଚାରକୁ ଜୋର୍‌ଦାର କରଛନ୍ତି । କଂଗ୍ରେସର ରାଜୀବ ପଟ୍ଟନାୟକ ବି ଫେସବୁକ୍‌ରେ ଭୋଟ୍‌ ପାଇଁ ଅପିଲ୍‌ ଚଳାଇଛନ୍ତି ।

ଉତ୍ତର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ସୋସଅିାଲ ମିଡିଆରେ ଉପସ୍ଥିତି ନାହିଁ । ତାଙ୍କର ଫେସବୁକ୍‌ ଓ ଟ୍ୱିଟର ଆକାଉଣ୍ଟ ନଥିବା ଜଣାପଡ଼ିଛି । ତାଙ୍କୁ ଟକ୍କର ଦେଉଥିବା ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ଫେସବୁକ୍‌ରେ ସକ୍ରିୟ ନାହାନ୍ତି । ଦଳୀୟ ପ୍ରଚାର ପାଇଁ ସେ ଟ୍ୱିଟରକୁ ମାଧ୍ୟମ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଇତିଶ୍‌ ପ୍ରଧାନ ବି ସୋସିଆଲ ମିଡିଆରେ ସେତେଟା ସକ୍ରିୟ ନୁହନ୍ତି । ତେବେ ତାଙ୍କ ସମର୍ଥକମାନେ ତାଙ୍କ ପାଇଁ ସୋସିଆଲ ମିଡିଆରେ ପ୍ରଚାର ଚଳାଇଛନ୍ତି ।

ସମ୍ବନ୍ଧିତ ଖବର