ଫିରିଙ୍ଗିଆ, ୧୨/୦୬; କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଡିଣ୍ଡିରା ଗ୍ରାମ ପଞ୍ଚାୟତରେ ଗାମ୍ବେରି ଗୁଡ଼ାରେ ଦକ୍ଷିଣାଞ୍ଚଳ ଜିଲ୍ଲା ସୁଦକୁଳ ସମାଜର ନିର୍ବାଚନୀ ସମୀକ୍ଷା ଏବଂ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ଉତ୍ତମ ଖମାରିଙ୍କ ଅଧ୍ୟକ୍ଷତା ଏବଂ ପଞ୍ଚାକୋଶ କେନ୍ଦ୍ର ନବନିର୍ବାଚିତ ସଭାପତି କୃପାସିନ୍ଧୁ ବିଶୋଇଙ୍କ ଏହି କାର୍ଯ୍ୟକ୍ରମକୁ ସଭାପତିତ୍ୱରେ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରାଦେଶିକ ବୋର୍ଡ ସଭାପତି ଶ୍ରୀନିବାଶ ବିଶୋଇ ଯୋଗ ଦେଇଥିବା ବେଳେ ଜିଲ୍ଲା ସ୍ତରୀୟ ନିର୍ବାଚିତ ଜିଲ୍ଲା ବୋର୍ଡ ସଭାପତି ବିରାଟ ବିଶୋଇ, ବାର କୋଶ କେନ୍ଦ୍ର ସଭାପତି ସମୀର ବିଶୋଇ, ହଦଗଡ଼ କେନ୍ଦ୍ର ସଭାପତି ଗୋବିନ୍ଦ ଅମାତ୍ୟ, ନଶ ଘର କେନ୍ଦ୍ର ଵାଣିଗୋଚ୍ଛା ସଭାପତି ଧୂବେଇ ଭୁକ୍ତା, ଚଉଦ କୋଶ କେନ୍ଦ୍ର ସଭାପତି ଅରୁଣ ନାୟକଙ୍କ ସହ ଜିଲ୍ଲା ବୋର୍ଡ ଏବଂ ପାଞ୍ଚଟି କେନ୍ଦ୍ରର ୧ଶହରୁ ଅଧିକ ବିଭିନ୍ନ ପଦବୀର ନୂତନ ନିର୍ବାଚିତ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ପ୍ରାଦେଶିକ ବୋର୍ଡ ସଭାପତି ଶ୍ରୀନିବାଶ ବିଶୋଇ ନିର୍ବାଚନ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ସହ ସମାଜରେ ଚଳଣି ଶିକ୍ଷା ଓ ନିଶା ନିବାରଣ ସମ୍ବନ୍ଧୀୟ ବାର୍ତ୍ତା ପ୍ରଦାନ କରିଥିଲେ l ଦକ୍ଷିଣାଞ୍ଚଳ ଜିଲ୍ଲା ନିର୍ବାଚନ ଅଧିକାରୀ ଉତ୍ତମ ଖମାରି ନୂତନ ଭାବରେ ନିର୍ବାଚିତ କେନ୍ଦ୍ର କର୍ମକର୍ତ୍ତା, ଜିଲ୍ଲା କର୍ମକର୍ତ୍ତା ଓ ସମୀକ୍ଷକ, ଜିଲ୍ଲା ବୋର୍ଡ଼ ସଦସ୍ୟ ମାନଙ୍କୁ ଆଗାମୀ ୫ ବର୍ଷ ପାଇଁ ସମାଜରେ ନିଜ ଦାୟିତ୍ୱକୁ ସୂଚାରୁ ରୂପେ ପରିଚାଳନା ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ସେହିପରି ଉପଦେଷ୍ଟା ଏବଂ ଗ୍ରାମ ସଭାପତିଙ୍କୁ କେନ୍ଦ୍ର ସ୍ତରରେ ନିଯୁକ୍ତି ପତ୍ର ପ୍ରଦାନ ପାଇଁ ସମସ୍ତ ସଭାପତିଙ୍କୁ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମ ପଞ୍ଚାକୋଶ କେନ୍ଦ୍ରର ୬ଖଣ୍ଡ ମୌଜା ତଥା ସଖିପଡ଼ା, ନୂଆପଡ଼ା, ତଣ୍ଡ୍ରି ଗାଁ, ଫିରିଙ୍ଗିଆ, ଡିଣ୍ଡିରା ଗାଁ, ଗାମ୍ବେରି ଗୁଡ଼ାର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇ କାର୍ଯ୍ୟ କରୁଥିବା ବେଳେ ମୌଜା ସଭାପତି ଜ୍ଞାନ ରଞ୍ଜନ ବିଶୋଇ, ଉପ-ସଭାପତି ଶଶୀ ବିଶୋଇ, ସମ୍ପାଦକ ବସନ୍ତ ଭୁକ୍ତା, କୋଷାଧକ୍ଷ ବାବୁନା ଖମାରିଙ୍କ ସହ ୬ ଖଣ୍ଡ ମୌଜାର ସମସ୍ତ ସ୍ୱଜାତି ମୌଜାବାସୀ ସହଯୋଗ କରିଥିବା ବେଳେ ହଜାର ହଜାର ସୁଦ କୁଳର ସ୍ୱଜାତି ବୃନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l