ନୂଆଦିଲ୍ଲୀ,୨୮।୬: ବାଂଲାଦେଶରେ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱ ରହିଛି। ବାଂଲାଦେଶର ହ୍ୟୁମାନ ରାଇଟସ୍ ଆଣ୍ଡ ପିସ୍ ଫର ବାଂଲାଦେଶର ଅଧ୍ୟକ୍ଷ ମଞ୍ଜିଲ ମୁର୍ସିଦ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଦେଶରେ ନିର୍ବାଚନ ପୁଣି ଥରେ ସ୍ଥଗିତ ହୋଇପାରେ। ଏପର୍ଯ୍ୟନ୍ତ ନିର୍ବାଚନ କମିଶନ ଆନୁଷ୍ଠାନିକ କାର୍ଯ୍ୟସୂଚୀ ଘୋଷଣା କରିନାହାଁନ୍ତି।
ମୁର୍ସିଦ କହିଛନ୍ତି, ୫ ଅଗଷ୍ଟ ୨୦୨୪ ପରେ ଦେଶରେ ଏକ ଷଡଯନ୍ତ୍ର ଦେଖିବାକୁ ମିଳିଛି। ସରକାର ଜନତାଙ୍କ ଦାବି ଅନୁସାରେ ସ୍ବତନ୍ତ୍ର,ନିରପେକ୍ଷ ଓ ସମାବେଶୀ ନିର୍ବାଚନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହି ସମୟରେ ଡକ୍ଟର ମହମ୍ମଦ ୟୁନୁସ୍ ଅନ୍ତରୀଣ ସରକାର ରୂପରେ କ୍ଷମତାକୁ ଆସିଛନ୍ତି, ସେଭଳି ସମ୍ବିଧାନରେ ଏହାର କୌଣସି ବ୍ୟବସ୍ଥା ନାହିଁ।
ସେ ଆହୁରି କହିଛନ୍ତି, ମୁଖ୍ୟ ପରାମର୍ଶଦାତା ଲଣ୍ଡନ ଯାଇଛନ୍ତି। ଯେଉଁଠି ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନ୍ପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ମିଳିତ ଘେଷଣା ହୋଇଥିଲା, ଯେଉଁଥିରେ କୁହାଯାଇଥିଲା ଫେବୃଆରୀରେ ନିର୍ବାଚନ ହେବ, କିନ୍ତୁ ଏବେ ବି ସ୍ଥିତି ସ୍ପଷ୍ଟ ହୋଇନି। ନିର୍ବାଚନ କମିଶନ୍ ଏପର୍ଯ୍ୟନ୍ତ କୌଣସି ସରକାରୀ କାର୍ଯ୍ୟସୂଚୀ ଜାରି କରି ନାହାନ୍ତିଁ। ଉଲ୍ଲେଖନୀୟ ଯେ, ବାଂଲାଦେଶରେ ବିରୋଧି ଦୀର୍ଘ ସମୟ ଧରି ଅଭିଯୋଗ କରୁଛନ୍ତି ସରକାର ନିର୍ବାଚନ ପକ୍ରିୟାକୁ ପ୍ରଭାବିତ କରୁଛନ୍ତି। ନିରପେକ୍ଷ ନିର୍ବାଚନର ସମ୍ଭାବନା ଉପରେ ସନ୍ଦେହ ରହିଛି। ଯଦି ଫେବୃଆରୀରେ ନିର୍ବାଚନ ହୁଏ, ତେବେ ଏହା ମଧ୍ୟ ଦେଖିବାକୁ ହେବ ବାସ୍ତବରେ ନିର୍ବାଚନରେ ନିରପେକ୍ଷ ହେଉଛି କି ନାହିଁ। ବର୍ତ୍ତମାନ ସମସ୍ତଙ୍କ ନଜର ନିର୍ବାଚନ କମିଶନଙ୍କ ଉପରେ ରହିଛି।